ଅଦିନିଆ ବର୍ଷାରେ ଭିଜିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅଂଚଳରେ ଅଦିନିଆ ବର୍ଷା ଯୋଗୁଁ ଧାନ ଭିଜି ଯାଇଥବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଗତ ଦୁଇ ଦିନ ହେଲା ବ୍ଳକ ଅଂଚଳରେ ବର୍ଷାର ପ୍ରାର୍ଦୁଭାବ ଦେଖ‌ିବାକୁ ମିଳିଛି । ବର୍ତମାନ ଧାନ ଅମଳ ସମୟ ହୋଇଥିବାବେଳେ ଚାଷୀ ନିଜ ବିଲରେ ଧାନ କାଟି ଧାନକୁ ବିଲରେ ପକାଇ ରଖିଥବାବେଳେ ବର୍ତମାନର ବର୍ଷା ଯୋଗୁଁ ତାହା ଓଦା ହୋଇଯାଇଛି । ଉକ୍ତ ଧାନ ବିଲରେ ହିଁ ଗଜା ହେବାର ସମ୍ଭାବନା ଦେଖାଦେଇଛି । ଆଉ ଦିନକ ପରେ ମଣ୍ଡି ଆରମ୍ଭ ହେଉଥବାବେଳେ ଚାଷୀ ଧାନ ମଣ୍ଡିରେ କିଭଳୀ ଉକ୍ତ ଭିଜିଥିବା ଧାନକୁ ବିକ୍ରୟ କରିବ ସେ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ସଇଁତଲା ଅଂଚଳର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବାବେଳେ କେତେକ ଅଂଚଳରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ବର୍ଷା ଯୋଗୁଁ ଖଳାରେ ଥିବା ଧାନ ଏବଂ କ୍ଷେତରେ ଥିବା ଧାନ ଭିଜି ଯାଇଛି । ଧାନ ଅମଳ ସମୟ ହୋଇଥିବାରୁ ଚାଷୀ କଣ କରିବ ତାକୁ ନେଇ ବର୍ତମାନ ଚାଷୀ । ଅଂଚଳରେ ଚାଷୀମାନେ ପନିପରିବା ଚାଷ ମଧ୍ୟ କରିଥିବାବେଳେ ତାହା ମଧ୍ୟ ବର୍ଷ। ଯୋଗୁଁ ନଷ୍ଟ ହୋଇଯାଇଛି । ସଇଁତଲା ବ୍ଳକର ଧରପଗଡ଼ ଟିକ୍ରାପଡ଼ା, କରମତଲା, ଗଣ୍ଡପତ୍ରାପାଲି, ବୁଢ଼ାବାହାଲ, ଆମ ପାଲି,ଡ଼େଙ୍ଗ କୁଇକେଡ଼ । ଅଂଚଳର ଚାଷୀମାନେ ଶୀତ ଦିନିଆ ପନିପରିବା ଚାଷ କରିଥିବାବେଳେ ତାହା ବର୍ତମାନର ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଛି । ସଇଁତଲା। ବ୍ଳକ ଅଂଚଳରେ ଏହି ଅଦିନିଆ ବର୍ଷାରେ ହୋଇଥିବ । ଫସଲର କ୍ଷୟକ୍ଷତି ତୁରନ୍ତ ଆକଳନ କରି ପ୍ରଶାସନ ତରଫରୁ ଚାଷୀମାନଙ୍କୁ ତୁରନ୍ତ ଯତିପୂରଣ ପ୍ରଦାନ କରିବାକୁ ଚାଷୀ ମହଲରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.