ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତ କୁଡାସିଂହା ଗ୍ରାମରେ `ବିଶ୍ୱ ବନୀକରଣ କାର୍ଯ୍ୟକ୍ରମ’ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଜୈବିକ କପାଭିତ୍ତିକ କୃଷିବନୀକରଣ ବ୍ୟବସ୍ଥା ସମ୍ବନ୍ଧୀୟ ତାଲିମ ଶିବିର ସମ୍ପନ୍ନ ହୋଇଯାଇଛି । ଏଥିରେ କୁଡାସିଂହା ଓ ଫଟାମୁଣ୍ଡା ଗାଁର ୧୫୫ ଚାଷୀ ପ୍ରଶିକ୍ଷଣ ନେଇଥିଲେ । ବିଶ୍ୱ କୃଷି ବନୀକରଣ ପ୍ରକଳ୍ପର ଅଧିକାରୀ ବଦ୍ରିନାରାୟଣ ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଡ. ଶିବକୁମାର ଧ୍ୟାନୀ, ଡ. ଅକିଲ ହସନ ରିଜଭୀ ମାର୍ଗଦର୍ଶନ କରିଥିଲେ । ବିଶ୍ୱ କୃଷିନବୀକରଣ ପ୍ରକଳ୍ପ ନୂଆଦିଲ୍ଲୀର ବୈଜ୍ଞାନିକ ଡ. ଅର୍ଚ୍ଚନା ସିଂ ଜୈବିକ କପାଚାଷ ସହ କୃଷିବନୀକରଣ ଓ ଜୈବ ବିବିଧତାର ଉପକାରିତା ସମ୍ବନ୍ଧରେ କହିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ବଲାଙ୍ଗୀରର ବୈଜ୍ଞାନିକ ଡ. ମନୋଜକୁମାର ବାରିକ ଜୈବିକ କପାଚାଷର ବିକ୍ରିବଟା ବ୍ୟବସ୍ଥା ବିଷୟରେ ବୁଝାଇଥିଲେ । ବରିଷ୍ଠ ବୈଜ୍ଞାନିକ ଡ. ସୁଭାଷଚନ୍ଦ୍ର ମହାପାତ୍ର କୃଷିବନୀକରଣ ଦ୍ୱାରା ହେଉଥିବା ଚାଷୀଙ୍କ ଉନ୍ନତି ଏବଂ ଜଳ ବିଭାଜିକା ମିଶନ ବଲାଙ୍ଗୀରର ପୂର୍ବତନ ପ୍ରକଳ୍ପ ଅଧିକାରୀ ସୋମନାଥ ସାହୁ ଜଳବିଭାଜିକା ମିଶନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ । ଶେଷରେ ସୌମ୍ୟରଞ୍ଜନ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଏଗ୍ରୋଫରେଷ୍ଟ୍ରି କର୍ମକର୍ତ୍ତା ସଦାଶିବ ସାହୁ, ରାଜକିଶୋର ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।