ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ରାକ୍ସି ଠାରେ ବିମଳା ଦେବୀଙ୍କ ଝାମୁଯାତ୍ରା ଏକ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ରାକ୍ସି ସ୍ଥିତ ବିମଳା ମନ୍ଦିର ଉତ୍ସବମୁଖର ହୋଇଉଠିଥିଲା। ଏକ ପ୍ରତ୍ୟକ୍ଷ ଦେବୀ ଭାବେ ଜନମାନସରେ ଉପାସିତା ମାଁ ବିମଳା ଓ ମାଁ ଠାକୁରାଣୀଙ୍କ ଝାମୁଯାତ୍ରା ଦେଖିବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମାନସିକଧାରୀମାନେ ବଳିଭୋଜା ପ୍ରଦାନ କରିଥିଲେ। ଦେବୀମାନେ କଣ୍ଟା ଦୋଳିରେ ବସିବା ସହ ଅଗ୍ନିରେ ଚାଲି ନିଜ ଶକ୍ତିର ପରିକ୍ଷା ଦେଇଥିଲେ। ମନ୍ଦିରର ତତ୍ବାବଧାରକ ଶଙ୍କର ଭୋଇ ଓ ଶଙ୍କର ପୋଢଙ୍କ ଦେହରେ ଦେବୀ ବିମଳା ଓ ଠାକୁରାଣୀ ସବାର ହୋଇ ଭକ୍ତଙ୍କ ହାରିଗୁହାରି ଶୁଣିଥିଲେ। ଜନକ ଭୋଇ, ଲମ୍ବୋଦର ଭୋଇ, ଜଳନ୍ଧର ନାଗ, ଗଣେଶ ଘିଭେଲା, ତ୍ରିନାଥ ଭୋଇ, ଅଞ୍ଚଳ ଭୋଇ, ପୂର୍ଣ୍ଣଚନ୍ଦ୍ର ଗହୀର, ଟିକେରାମ ଗଉଡ, ଭୀମ ଧଙ୍ଗଡାମାଝୀ, ଗଜ ଖର୍ସେଲ, ପ୍ରେମ ଗଉଡ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





