ଓଡିଆ ବାର୍ତ୍ତା/ କଟକ: ଅଗ୍ରଣୀ ସାମାଜିକ ସଂଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶାରଦୀୟ ବନ୍ଧୁ ମିଳନ ପର୍ବ ଟ୍ରଷ୍ଟ ଅଧ୍ୟକ୍ଷ ସନ୍ତୋଷ କୁମାର ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରଷ୍ଟର ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ଚଳିତ ବର୍ଷ ଟ୍ରଷ୍ଟର କାର୍ଯ୍ଯକ୍ରମ ବିଷୟରେ ସମୀକ୍ଷା କରିବା ସହ ପବିତ୍ର ଦୂର୍ଗା ପୂଜାର ପ୍ରଥା, ପରଂପରା ଓ ସଂସ୍କୃତି ଉପରେ ଆଲୋଚନା କରିଥିଲେ ।





