ଟିକ୍ରାପଡ଼ାରେ ସଂକୀର୍ତ୍ତନ ଧାରା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାର ରାଜ୍ ପଡ଼ା ଠାରେ ଘନଶ୍ୟାମ ସ୍ମୃତି ସଂସଦ ଓ ଭାଇ ଜିଉଁତିଆ ପାଳନ ସମିତି ଆନୁକୂଲ୍ୟରେ ଆଧ୍ୟାତ୍ମିକ ଚେତନାର ଦ୍ୟୋତକ ‘ସଂକୀର୍ତ୍ତନ ଧାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସାମ୍ବାଦିକ ରମାକାନ୍ତ ରାଜପଲିଆ କାର୍ଯ୍ୟକ୍ରମର ଉପସ୍ଥାପକ ରହିଥିଲେ | ଗାୟକ ରାହାସ ବିହାରୀ ଘିଭେଲା (ଜୁରାବନ୍ଧ,ବଙ୍ଗୋମୁଣ୍ଡା), ମହାଦେବ ସୁନାନୀ (ଡୁକେରଚଞ୍ଚରା, ସଇଁତଲା), ଅରବିନ୍ଦ ନାଏକ (ବୌଦ) ତଥା ମୃଦଙ୍ଗ ବାଦକ ଧ୍ରୁବଚରଣ ବୁଡ଼େକ (ବାନ୍ଧୁମୁଣ୍ଡା, ମୁରିବାହାଲ), ସୁଶାନ୍ତ ଭୋଇ (ଚଲକି, ମୁରିବାହାଲ) ଅତ୍ୟନ୍ତ ଉଚ୍ଚକୋଟୀର ସଂକୀର୍ତ୍ତନ୍ୟ ପରିବେଷଣ କରି ସାଧାରଣରେ ପ୍ରଶଂସିତ ହୋଇଥିଲେ | କଳାକାରଙ୍କ ଉଚ୍ଚ ମାନର ଭକ୍ତିମୂଳକ ସଙ୍ଗୀତ ପରିବେଷଣ ସାଙ୍ଗକୁ ଚମତ୍କାର ବାଦ୍ୟ ବାଦନ ଶୈଳୀ ଶ୍ରଦ୍ଧାଳୁଙ୍କୁ ବିମୋହିତ କରିବା ସହ ବିଳମ୍ବିତ ରାତ୍ରୀ ଯାଏ ବାନ୍ଧି ରଖିଥିଲା | ଏହି ଅବସରରେ ଗାୟକ ରାହାସବିହାରୀ ଘିଭେଲାଙ୍କ ସମେତ କଳାକାରଗଣ ବିଶିଷ୍ଟ ମୃଦଙ୍ଗ ବାଦକ ସ୍ବର୍ଗତ ଘନଶ୍ୟାମ ରାଜପଲିଆଙ୍କ ସ୍ମୃତିଚାରଣ କରିଥିଲେ | ଗୁରୁ ଘନଶ୍ୟାମଙ୍କ ମୃଦଙ୍ଗ ବାଦନ ଶୈଳୀ ଅନନ୍ୟ ଥିଲା | ସେ ସଂକୀର୍ତ୍ତନ୍ୟ ଜଗତର ଅପ୍ରତିଦ୍ବନ୍ଦି, ଉଜ୍ଜ୍ୱଳତମ ଜ୍ୟୋତିଷ୍କ ଥିଲେ | ଶତାଧିକ କଳାକାରଙ୍କ ସେ ପ୍ରେରଣାର ଉତ୍ସ ଥିଲେ ବୋଲି କଳାକାରଗଣ ମତ ପୋଷଣ କରିଥିଲେ | ଆୟୋଜକଙ୍କ ଭକ୍ତିରସପୂର୍ଣ୍ଣ ସଂକୀର୍ତ୍ତନ୍ୟ ଧାରା କାର୍ଯ୍ୟକ୍ରମ ଆୟୋଜନକୁ ସାଧାରଣରେ ବହୁ ପ୍ରଶଂସା କରାଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.