ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡର ବହୁ ପ୍ରସିଦ୍ଧ ନବରାତ୍ରୀ ଦୁର୍ଗାପୂଜାର ପୂର୍ଣ୍ଣାହୁତି ପଡ଼ିବା ସହ ରାବଣ ପୋଡିରେ ସମାପନ ହୋଇଛି। ନର୍ଲାରୋଡ ବୁଦ୍ଧିଆ ପଡିଆରେ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଥିଲା ରାବଣ ଦହନ କାର୍ଯ୍ୟକ୍ରମ। ଦୁର୍ଗାପୂଜା ପରିଚାଳନା କମିଟିର ସଭାପତି ବିମଳ କୁମାର କେଡିଆ, ଉପ ସଭାପତି ହମେଶ କୁମାର ଜୈନ ଓ ସାଧାରଣ ସମ୍ପାଦକ ରାଜା ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବିଶେଷ ଅତିଥି ଭାବରେ ଯୁବ ଉଦ୍ୟୋଗପତି ରାୟପୁରର ମୁକେଶ ବଂଶଲ, ସମ୍ମାନୀତ ଅତିଥି ଭାବରେ କର୍ତ୍ତା ମନୋଜ କୁମାର ଅଗ୍ରୱାଲ ପ୍ରମୁଖ ଯୋଗଦାନ କରିଥିଲେ। ରାମ, ଲକ୍ଷ୍ମଣ, ସୀତା, ହନୁମାନ ଭୂମିକାରେ ଅବତ୍ତୀର୍ଣ୍ଣ ଛୋଟ ଶିଶୁ ମାନଙ୍କ ନଗର ପରିକ୍ରମା ପରେ ରାବଣ ପୋଡି ଅନୁଷ୍ଠିତ ହୋଇଥିଲା। ରାତି ୮ ଟା ରୁ ୧୦ ଟା ଯାଏଁ ଦୁଇଘଣ୍ଟା ଧରି ଅନୁଷ୍ଠିତ ହୋଇଥିଲା ରାବଣ ପୋଡି କାର୍ଯ୍ୟକ୍ରମ। ରଙ୍ଗ ବେରଙ୍ଗର ବାଣ ଓ ଆତସବାଜୀରେ କମ୍ପି ଉଠିଥିଲା ନର୍ଲାରୋଡ ସହର। ହଜାର ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ ରାବଣ ଦହନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଉପଦେଷ୍ଟା ଜହରଲାଲ ବିଶ୍ୱାଳ, ଯୁଗ୍ମ ସମ୍ପାଦକ ଅମର ରାଉତ, ନାରାୟଣ ମାଝୀ ଓ ଓମ୍ ପ୍ରକାଶ ପୁଝାରୀ, କୋଷାଧ୍ୟକ୍ଷ ବାବୁଲା ରାଉତ ଓ ବିନାୟକ ମହନ୍ତ, ସଦସ୍ୟ ସଂକୀର୍ତ୍ତନ ପଧାନ, ତୀର୍ଥ ବୁଦ୍ଧିଆ, କାହ୍ନୁ ମାଝୀ, ନିକୁଞ୍ଜ ଓଝା, କିଶୋର ନାଏକ,ଆଶିଷ ରାଉତ, ରାଜା ଗଉଡ, ମନୋଜ ଅଗ୍ରୱାଲ, ବୁଲୁ ମିଶ୍ର, ସୁବୋଧ ନାଏକ, ଦୀପକ ଜେଠୁଆ, ପପା ସାମଲ, ସୋନୁ ଶବର, ରାଜିନ ସାହୁ, ଅନୀଲ ମିଶ୍ର ପ୍ରମୁଖ କମିଟି ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।





