ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଅନ୍ତର୍ଗତ ମୋଟେର-ଲଡୁଗାଁ ରାସ୍ତାର ଫୁପଗାଁ ଜୋର ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସିପାହୀଙ୍କ ମୃତ୍ୟୁ ଘଟିଛି। ମୃତ ସିପାହୀ ଚିକିଲି ଗ୍ରାମର ସରୋଜ ଶବର (୫୬) ବୋଲି ଜଣାପଡ଼ିଛି। ମୃତ ସରୋଜ ଆସାମ ରାଇଫଳରେ ସିପାହି ଭାବେ କାର୍ଯ୍ୟରତ ଅଛନ୍ତି। ସେ ଶ୍ବଶୁର ଘର ଜଲତାମୁଣ୍ଡାରୁ ବାଇକ୍ ଯୋଗେ ନିଜ ଗାଁ ଫେରୁଥିବା ସମୟରେ ଫୁପଗାଁ ଜୋର ନିକଟରେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ପରିବାର ଲୋକେ ଉଦ୍ଧାର କରି କୋକସରା ମେଡିକାଲକୁ ଆଣିଥିଲେ। ପୁଲିସ ଘଟଣାର ଖବର ପାଇ ମେଡିକାଲରେ ପହଞ୍ଚି ଶବ ଜବତ କରିଛି। ସନ୍ଧ୍ୟା ହେବା କାରଣରୁ ଶୁକ୍ରବାର ସକାଳେ ଶବ ବ୍ୟବଚ୍ଛେଦ କରାଯିବା ନେଇ ଜଣାପଡିଛି। କୋକସରା ଥାନା ପୁଲିସ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।





