ଓଡ଼ିଆ ବାର୍ତ୍ତା/ କଟକ: କଟକ ସିଭିଲ କୋର୍ଟ ମୋହରିର ଆସୋସିଏସନ ହଲ୍ ଠାରେ ମହାପ୍ରସାଦ ସେବାର ଆୟୋଜନ କରାଯାଇଥିଲା। ଉକ୍ତ ମହାପ୍ରସାଦ ସେବାରେ ମାନ୍ୟବର କଟକ ଜିଲ୍ଲା ଦୌରା ଜଜ୍ ଙ୍କ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ଜଜ୍ ମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ସଭ୍ୟଙ୍କ ସହ ମୋହରିର୍ ସଂଘର ସଭାପତି ଗଣେଶ୍ୱର ସ୍ୱାଇଁ, ସମ୍ପାଦକ ବିପିନ ବିହାରୀ ପଣ୍ଡା ଓ କାର୍ଯ୍ୟକାରିଣୀ ସଭ୍ୟା ସଭ୍ୟ ମାନେ ଯୋଗ ଦେଇଥିଲେ।





