ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସାର୍ବଜନୀନ ଦୁର୍ଗା ପୂଜାର ଭଷାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ବୁଧବାର ସକାଳେ ବିଜୟା ଦଶମୀ ଅବସରରେ ହୋମ କରାଯାଇ ପୂର୍ଣ୍ଣାହୁତି ପଡିଥିଲା। ସନ୍ଧ୍ୟା ୫ ଘଣ୍ଟା ସମୟରେ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇ ଏକ ଭବ୍ୟ ପଟୁଆରରେ ଡିଜେ ବାଜାର ତାଳେତାଳେ ନବରାତ୍ର ପୂଜା କମିଟିର ସଭାପତି ଦୀପୁ ପାତ୍ରଙ୍କ ନେତୃତ୍ୱରେ କର୍ତ୍ତା ବିଜୟ ପଣ୍ଡା, ପୂଜା ପରିଚାଳନା କମିଟିର ଉପ ସଭାପତି ଚକ୍ର ଗୌଡିଆ, ସମ୍ପାଦକ ରାଜେନ୍ଦ୍ର ନାରାୟଣ ପୂଝାରୀ(ଟିମ୍ପୁ), କୋଷାଧ୍ୟକ୍ଷ ଘାସିରାମ ସାହୁ, ଯୁଗ୍ମ କୋଷଧ୍ୟାକ୍ଷ ଅମନ ଚାନ୍ଦ (ବଣ୍ଟୁ), ଯୁଗ୍ମ ସମ୍ପାଦକ ସୁଶୀଲ ପାତ୍ର, ସୁନୀଲ ନାଗ, ତୋଫାନ ପ୍ରଧାନୀ, ବିକାଶ ପାତ୍ର, ରୁନା ଗୌଡ, ବିଜୟ ଗୌଡ, କୈଳାଶ, ବବଲୁ ଗନ୍ତାୟତ, ମିଲୁ ସେଠୀ, ନରେନ ହଂସ, କାହ୍ନା ଗୌଡ, ବିକାଶ ବିଶି, ବିକାଶ ହଂସ, ପଦାର ପାତ୍ର, ସପନ ନାଗ, ଡିଙ୍ଗର ପାତ୍ର, ମୃତ୍ୟୁଞ୍ଜୟ ନାଗ(ପିଣ୍ଟୁ), ସତ୍ୟ ଗୌଡିଆ ପ୍ରମୁଖଙ୍କ ଭସାଣୀ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯୁବପିଢି ଅବିର ଖେଳି ବାଣ ଫୁଟାଇ ମା ଙ୍କୁ ନର୍ଲା ବସ୍ତି ପରିକ୍ରମା କରାଇଥିଲେ। ନର୍ଲା ବସ୍ତିବାସୀ ଚଳିତ ବର୍ଷ ନବରାତ୍ରୀ ପୂଜାର ମା ଙ୍କ ଶେଷ ଦର୍ଶନ କରିଥିଲେ। ସ୍ଥାନୀୟ ରାଣୀ ବନ୍ଧରେ ରାତି ୮ ଘଣ୍ଟା ସମୟରେ ମା ଙ୍କୁ ବିଦାୟ ଦେଇଥିଲେ ପୂଜା କମିଟି କର୍ମକର୍ତ୍ତା ଓ ଜନ ସାଧାରଣ।





