ଚଲକି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ମୁରିବାହାଲ ବ୍ଲକ ବାନ୍ଦୁପଲା କ୍ଳଷ୍ଟର ଅଧିନ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳଣା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଇଓ ଶାନ୍ତନୁ କୁମାର ପଢ଼ିଆରୀ ମୁଖ୍ୟ ଅତିଥି, ଅଵସରପ୍ରାପ୍ତ ବିଇଓ ଭୋଳାନାଥ କୁମ୍ଭାର ସମ୍ମାନିତ ଅତିଥି, କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହେମନ୍ତ ନାୟକ ମୁଖ୍ୟ ଵକ୍ତା ଭାବେ ଯୋଗଦେଇଥିଲେ | ବାନ୍ଦୁପଲା ସିଆରସିସି ବିଭୁଦତ୍ତ ବିକ୍ରମ କେଶରୀ ସାହୁ, ଗୁଡ଼ିଘାଟ ସିଆରସିସି ନକୁଳ ମାଝି ମଞ୍ଚାସିନ ରହିଥିଲେ | ଶିକ୍ଷକ ଭୋଜରାଜ ପଧାନ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରକାଶ ପ୍ରଧାନ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା | ଅତିଥିଗଣ ‘ଆମ ସଂସ୍କୃତି ଆମ ଖେଳଣା’ ଷ୍ଟଲଗୁଡ଼ିକ ପରିଦର୍ଶନ କରିଥିଲେ | ସଭା ପରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଶିକ୍ଷୟିତ୍ରୀ ସବିତା ମାଝୀ, ନୀଳିମା ସୁନା, ଶିକ୍ଷକ କୈଳାସଚନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତା, ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.