ଓଡିଆ ବାର୍ତ୍ତାର ମହାପ୍ରଭାବ
ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ର ଇଷ୍ଟଦେବୀ ମା ସୁରେଶ୍ଵରୀ ମନ୍ଦିର ପରିସରରେ ଶୋଭା ବର୍ଦ୍ଧନ କରୁଥିବା ପଖୋରୀ ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ସେଠାରେ ମନୋରଞ୍ଜନ ବୃଦ୍ଧି କରୁଥିବା ହଜାର ହଜାର ମାଛ ବଂଶ ବର୍ତ୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ପଡିଛନ୍ତି। ଏ ନେଇ ଗତ ମଙ୍ଗଳବାର ଦିନ “ଅବହେଳିତ ଅବସ୍ଥାରେ ସୁରେଶ୍ଵରୀ ମନ୍ଦିର ପଖୋରୀ; ଭକ୍ତଙ୍କ ମହଲରେ ଅସନ୍ତୋଷ” ଶୀର୍ଷକ ଖବର ପ୍ରସାରଣ ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ତୁରନ୍ତ ଏକ ବୋରୱେଲ ଆଜି ଶୁକ୍ରବାର ଦିନ ଓଟିଡିସି ପକ୍ଷରୁ ଖୋଲାଯାଇଛି। କିନ୍ତୁ ଦୁଃଖର ବିଷୟ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ମନ୍ଦିର ରେ ନିର୍ମାଣ କରଯାଇଥିବା ମୁଖ୍ୟ ଦ୍ଵାର ଉଚ୍ଚତା କମ ହୋଇଥିବାରୁ ବୋରୱେଲ ଗାଡି ଭିତରକୁ ଯାଇପାରି ନଥିଲା। ଫଳରେ ବାଧ୍ୟ ହୋଇ ଗେଟ୍ ବାହାରେ ବୋରେୱେଲ ଖୋଲାଯାଇଥିବା ଦେଖାଯାଇଛି। ଆମ ପ୍ରତିନିଧି ସମ୍ପୃକ୍ତ ଠିକାଦାର ଙ୍କୁ ବାହାରେ ଖୋଲାଯିବା କାରଣ ପଚାରିବାରୁ ଗାଡି ୧୯ ଫୁଟ ଉଚ୍ଚତା ଥିବା ବେଳେ ମୁଖ୍ୟ ଗେଟ ଟି ୧୮ ଫୁଟ୍ ଅଛି ଏଵଂ କମିଟି ର ବୈକୁଣ୍ଠ ଶତପଥୀ ଆଜ୍ଞା କହିବାରୁ ଆମେ ବାହାରେ ଖୋଳିଲୁ ବୋଲି ଉତ୍ତର ଦେଇଥିଲେ। ସେପଟେ ଭିତରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ଭିତରକୁ ସିମେଣ୍ଟ ବୋଝେଇ ଟ୍ରକ୍, ହାଇୱା ମଧ୍ଯ ଯାଇପରୁନାହିଁ। ଏ ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟର ଡିଜାଇନ କୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜିବୀ। ନୂତନ ଖୋଳାଯାଇଥିବା ବୋରେୱେଲ ରେ ତଳେ ପଥର ପଡିବାରୁ ଅଧିକ ଖୋଳାଯାଇ ପାରି ନ ଥିଲା ବେଳେ ମାତ୍ର ୧ ଇଞ୍ଚ ପାଣି ଦେଉଥିବା ଜଣାପଡ଼ିଛି। ଯାହାକି ପର୍ଯ୍ୟାପ୍ତ ନୁହେଁ ବୋଲି ଭକ୍ତ ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ମନ୍ଦିରରେ ପାଣି ସମସ୍ୟାର ସ୍ଥାୟୀ ବ୍ୟବସ୍ଥା ସହ ପୋଖୋରୀ ରେ ପାଣି ସମସ୍ୟାର ସମାଧାନ ପ୍ରଶାସନ କରିବାକୁ ଭକ୍ତ ମହଲରେ ଦାବୀ କରିଛନ୍ତି।