ଘୁଡ ଘୁଡି ପଟି ଭରସାରେ ଚାଲିଛି ଫୁଟବଲ ଟୁର୍ନାମେଣ୍ଟ

ସନ୍ଦେହ ଘେରରେ ପୋଲିସର କାର୍ଯ୍ୟାନୁଷ୍ଠାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚାଲିଛି ପାର୍ବଣ ଋତୁ, ଚାଷ କାର୍ଯ୍ୟ ସାଙ୍ଗକୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ଲୋକଙ୍କ ଅବସର ବିନୋଦନ ସମୟ। ଆଉ ଏମିତିରେ ଚାଲିଛି ଫୁଟବଲ ଋତୁ, ଫୁଟବଲ ନାଁରେ ଚାଲିଛି ଘୁଡ଼ଘୁଡି ପଟି ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳ। ଯେଉଁଠି କି ଲୋକେ ଫୁଟବଲ ଦେଖିବା ନାଁରେ ପଥଭ୍ରଷ୍ଟ ହୋଇ ସର୍ବସ୍ୱାନ୍ତ ହେଉଥିବା ଚର୍ଚ୍ଚା ହୋଇ ଘରେ ଘରେ ବିଶୃଙ୍ଖଳା ସୃଷ୍ଟି ହେଇଥିବା ଦେଖିବାକୁ ମିଳୁଛି। ଏମିତି ଏକ ସମ୍ବେଦନଶିଳ କାର୍ଯ୍ୟ ଦେଖିବାକୁ ମିଳିଛି କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଜଳତାମୁଣ୍ଡା ମହାଭାରତ ଖେଳ ପଡିଆ ଠାରେ ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟରେ। ଏମିତିରେ ଆୟୋଜକ କମିଟି ପକ୍ଷରୁ ଟୁର୍ନାମେଣ୍ଟରେ ଆବଶ୍ୟକତା ବ୍ୟବସ୍ଥା ଠାରୁ ବହୁ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି ଯାହାକି ସମ୍ପୂର୍ଣ ଇଙ୍ଗିତ କରୁଛି କି ଫୁଟବଲ ଟୁର୍ନାମେଣ୍ଟ କେବଳ ଘୁଡ଼ଘୁଡି ପଟି ଉପରେ ନିର୍ଭର କରିଛି। ଆଉ ସବୁଠୁ ଆଶ୍ଚର୍ଯ୍ୟ ର କଥା ଜରୁରୀ କାଳୀନ ବ୍ୟବସ୍ଥାକୂ ସୂଚନା ଦେଲେ ସ୍ଥାନୀୟ ଥାନା ଫାଣ୍ଡିକୁ ସୂଚନା ଦେବା ସତ୍ୱେ ତଦନ୍ତରେ ବିଳମ୍ବ ଓ ଜୁଆ ଖେଳଉଥିବା ସଂସ୍ଥାକୁ ଅଗ୍ରିମ ସୂଚନା ଦେବା ସାଧାରଣରେ ସନ୍ଦେହ ଜାତ ହେଉଛି। ଏନେଇ ମୋଟେର ଫାଣ୍ଡି ଅଧିକାରୀ ମନ୍ଧର ମାଝୀଙ୍କୁ ପଚାରିବାରୁ ଖେଳ ପାଇଁ ସୂଚନା ଥିଲା ଆମେ ଦେଖୁଛୁ ବୋଲି ବିଳମ୍ବରେ ପହଞ୍ଚିବା ନଜିର ରହିଛି। ଏନେଇ ଧର୍ମଗଡ଼ ପୋଲିସ ଉପଖଣ୍ଡ ଅଧିକାରୀ ହର୍ଷିତା ଆଡେପୁଙ୍କୁ ସୂଚନା ଦେବାରୁ ଆମେ ଥାନାଧିକାରୀଙ୍କ ସହିତ କଥା ହେଉଛୁ ଓ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ହେଲେ ମୋଟେର ଫାଣ୍ଡି ଅଧିକାରୀ ଜାଣି ଜାଣି ଅଜଣା ହେବା ଭଳି ବ୍ୟବହାରକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଖେଳ ନାଁରେ ଆୟୋଜକ କମିଟି ପକ୍ଷରୁ ଅସାଧୁ ଉପାୟରେ ଖେଳ ପରିଚାଳନା କରିବା ଖେଳ ପ୍ରେମୀ, ଦର୍ଶକ ଓ ସଚେତନ ମହଲରେ କ୍ଷୋଭ ପ୍ରକାଶ ପାଇଛି। ବାରମ୍ବାର ଅଭିଯୋଗ ସତ୍ବେ ପୋଲିସ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ପୋଲିସ ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ପାଇଁ ଦୃଢ଼ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.