ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଜୁରାବନ୍ଧ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ମାଗଣା ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୁରାବନ୍ଧ ତଥା ଆଖପାଖ ଗ୍ରାମରୁ ଆସିଥିବା ୫୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଡାକ୍ତର ଆକାଶ ପଧାନ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଶିବିରରେ ଅଣ-ସଂକ୍ରାମକ ଓ ମାନସିକ ରୋଗର ସ୍କ୍ରିନିଂ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଅନ୍ୟାନ୍ୟ ସାଧାରଣ ରୋଗର ଚିକିତ୍ସା କରାଯାଇଥିଲା। ୱାର୍ଡ଼ ସଭ୍ୟା ଲୀଳାବତୀ ବରିହା, ଟିବି ଚାମ୍ପିଅନ ହରେକୃଷ୍ଣ ମଲ୍ଲିକ, ସିଏଚଓ ଶାନ୍ତି ବାଗ, ଅଙ୍ଗନୱାଡି କର୍ମୀ କୃଶୋଦରୀ ଚନ୍ଦନ, ଆଶାକର୍ମୀ ଗିରିଜା ପୁଟା, ସୁଚିତ୍ରା ମିର୍ଦ୍ଧା, କିଆ ଭୋଇ, ସନ୍ଧ୍ୟାବତୀ ଠାକୁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





