ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୋମ୍ୟରଞ୍ଜନ ପ୍ରଧାନ ଗୁରୁବାର କୋକସରା ବ୍ଲକ ଆମପାଣି ଗ୍ରାମ ପଞ୍ଚାୟତର ଉପାନ୍ତ ଅଞ୍ଚଳ ଗୁଡିକ ଗସ୍ତ କରିଛନ୍ତି। ସିଡ଼ିଓ ଶ୍ରୀ ପ୍ରଧାନ ପ୍ରଥମେ କୋକସରା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ଆମପାଣି ଅଭିମୁଖେ ଗସ୍ତ କରି ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ ଘେରା ଉପାନ୍ତ ଅଞ୍ଚଳ ଗିର୍ଲିମାଲରେ ପହଞ୍ଚି ଥିଲେ। ପାନୀୟ ଜଳ, ରାସ୍ତା ଏବଂ ଆବାସ ଗୃହ ଭଲି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏବଂ ଗାଁ ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ସେଠାକାର ଝରଣାର ପାଣି କୁ ବିଶୁଦ୍ଧ କରି କିଭଲି ପାନୀୟ ଜଳ ରୁପେ ବ୍ୟବହାର କରାଯାଇ ପାରିବ ସେନେଇ ବିଶେଷ ଆଲୋଚନା କରାଯାଇଥିବା ଜଣାପଡିଛି। ସେଠାରୁ କୁଟୁରୁ ଗ୍ରାମରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଗୃହର ସମିକ୍ଷା କରିବା ସହ ଅଙ୍ଗନୱାଡି କେନ୍ଦ୍ର ଆଦି ଗାଁର ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ଗସ୍ତ ବେଳେ ସିଡ଼ିଓ ଶ୍ରୀ ପ୍ରଧାନଙ୍କ ସମେତ ଏପିଡ଼ି ଅମୁଲ୍ୟ ବଉଳ, ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ସହକାରୀ ଯନ୍ତ୍ରୀ ଏହମ୍ମଦ ସରିଫ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ, ଯନ୍ତ୍ରୀ ଶାନ୍ତୁନୁ ରଣା, ପିଇଓ ଯୁଗେଶ୍ୱର ବେମାଲ, ବିପିସି ଜିତେନ୍ଦ୍ର ମିଶ୍ର ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।





