ସାଗରିକା ପଣ୍ଡାଙ୍କୁ ‘ଓଡ଼ିଶା ଗୌରବ ସମ୍ମାନ-୨୦୨୬’ ପ୍ରଦାନ 

ଓଡ଼ିଆ ବାର୍ତ୍ତା/ କଟକ: ବ୍ୟକ୍ତିତ୍ୱ ବିକାଶ ଓ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଏଆଇଏନଏ ଟ୍ରେନିଂ ପ୍ଲାଟଫର୍ମର ପ୍ରତିଷ୍ଠାତା ତଥା ସିଇଓ ସାଗରିକା ପଣ୍ଡାଙ୍କୁ ‘ଓଡ଼ିଶା ଗୌରବ ସମ୍ମାନ ୨୦୨୬’ ପ୍ରଦାନ କରାଯାଇଛି। ଏହି ସମ୍ମାନ ହ୍ୟୁମ୍ୟାନ୍ ରାଇଟସ୍ ପ୍ରୋଟେକସନ୍ କାଉନସିଲ ଇଣ୍ଡିଆ (ଏଚଆରପିସିଆଇ) ପକ୍ଷରୁ ପ୍ରଦାନ କରାଯାଇଛି। ବାଲେଶ୍ୱରରେ ଜନ୍ମିତ ସାଗରିକା ଭୁବନେଶ୍ୱରର କ୍ୟାପିଟାଲ୍ ଗାର୍ଲସ୍ ହାଇସ୍କୁଲ୍ ଓ ରାମାଦେବୀ ମହିଳା କଲେଜରେ ଶିକ୍ଷାଲାଭ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିସିଏ ଡିଗ୍ରୀ ହାସଲ କରିଛନ୍ତି। ଦଶ ବର୍ଷରୁ ଅଧିକ ଅଭିଜ୍ଞତା ସହ ସେ ବର୍ତ୍ତମାନ ମୁମ୍ବାଇରେ ରହି ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟରତ। ଏଏଆଇଏନଏ ମାଧ୍ୟମରେ ସେ ଯୁବପିଢ଼ିଙ୍କ ମଧ୍ୟରେ ଯୋଗାଯୋଗ ଦକ୍ଷତା, ଆତ୍ମବିଶ୍ୱାସ ଓ କର୍ମକ୍ଷେତ୍ର ପାଇଁ ଆବଶ୍ୟକ କୌଶଳ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ସଂସ୍ଥା ପକ୍ଷରୁ ସଫ୍ଟ ସ୍କୁଲସ୍, କର୍ପୋରେଟ ଟ୍ରେନିଂ, ଲାଇଫ କୋଚିଙ୍ଗ, ଇମେଜ ମ୍ୟାନେଜମେଣ୍ଟ, ପର୍ସନାଲ ଷ୍ଟାଇଲିଙ୍ଗ ସହ ସହ ପୋସ ଓପିଓସିଏସଓ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ସାର୍ଟିଫିକେସନ୍ କୋର୍ସ ପ୍ରଦାନ କରାଯାଉଛି। ଏହି ସମ୍ମାନ କେବଳ ମୋର ବ୍ୟକ୍ତିଗତ ସଫଳତା ନୁହେଁ ଏହା ଏଏଆଇଏନଏର ଲକ୍ଷ୍ୟ ଓ ଦଳର ପ୍ରୟାସର ସ୍ୱୀକୃତି। ଅଧିକରୁ ଅଧିକ ଲୋକଙ୍କୁ ଦକ୍ଷ, ଆତ୍ମବିଶ୍ୱାସୀ ଓ ସଶକ୍ତ କରିବା ଦିଗରେ ମୋର ଉଦ୍ୟମ ଜାରି ରହିବ ବୋଲି ସାଗରିକା କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.