ହନୁମାନ ଜୟନ୍ତୀ ଉତ୍ସବ ଓ ପଣା ସଂକ୍ରାନ୍ତି ପାଳିତ

ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହଲି “ସୁରଭି ଗୋ ଶାଳା”ରେ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି I ଏହି ଉତ୍ସବ ଟି ଅଶୋକ ଛାପଡ଼ିଆ ଓ ତାଙ୍କ ଧର୍ମପତ୍ନୀ ସବିତା ଛାପଡ଼ିଆ ଙ୍କ ନେତୃତ୍ୱରେ ହୋଇଥିଲା I ପ୍ରଥମେ ସକାଳ ୮ଘ.୩୦ମିନିଟ ରେ ଗୋ ଗାୟତ୍ରୀ ମନ୍ତ୍ର ରେ ପୂଜାର୍ଚ୍ଚନା କରାଗଲା ଏବଂ ହନୁମାନ ଭଗବାନଙ୍କ ପୂଜା ହେଲା I ପୂଜକ ବିକ୍ରମ ହୋତା ଓ ରଥାଙ୍ଗଧର ପାଢ଼ୀ ଶ୍ରୀ ଗୋପାଳ ଜୀ ମନ୍ଦିର ପ୍ରାଙ୍ଗଣରେ ହୋମ ଯଜ୍ଞ କରିଥିଲେ I ଏହି ହୋମ ଯଂଜ୍ଞ ରେ ୩୧ଯୋଡି ସାମିଲ ଥିଲେ I ମନ୍ଦିର ପରିଚାଳନା କମିଟି ର ପ୍ରବୀଣ ଆରିୟା, ରାମତାର ଅଗ୍ରୱାଲ, ଅର୍ଜୁନ ଜୈସୱାଲ, ଅଜିତ ଜୈନ, ଲଳିତ ଅଗ୍ରୱାଲ, ଅନିଲ ଅଗ୍ରୱାଲ, ମୁରାରୀ ଅଗ୍ରୱାଲ ଙ୍କ ସହ ଅନେକ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ I ମନ୍ଦିର କୁ ଆସିଥିବା ଭକ୍ତ ମାନଙ୍କ ପାଇଁ ବେଲପଣା ଓ ଅନ୍ନ ପ୍ରସାଦର ବ୍ୟବସ୍ଥା କମିଟି ତରଫ ରୁ କରାଯାଇଥିଲା I ଆଖପାଖ ଗାଁ ର ଅନେକ ଲୋକମାନେ ମଧ୍ୟ ଆସିଥିଲେ I ସେମାନଙ୍କ ମଧ୍ୟରେ ପିତାମ୍ବର ସେଠ, ମନମୋହନ ମାଝୀ, ପରମାନନ୍ଦ ଠାକୁର, ତୁଲାରାମ ମାଝୀ, ଚକାଡୋଳା ମାଝୀ, ବେଦବ୍ୟାସ ପୁଟେଲ, ରାଏସିଂ ମାଝୀ, ସୁଶାନ୍ତ ଦେହେରି, କୁବେର ମାଝୀ, ବୈକୁଣ୍ଠ ଯୁଏଡ଼, କାର୍ତ୍ତିକ ଯୁଏଡ଼, ଉପେନ୍ଦ୍ର ପଧାନ, ଦେବ ପଧାନ, ପ୍ରଦୀପ ବିଶ୍ୱାଳ, ତ୍ରିନାଥ ସାହୁ, କୁଞ୍ଜ ମେହେର, ପ୍ରକାଶ ପଟ୍ଟନାୟକ, ବନମାଳୀ ସାହୁ, ଚିତ୍ତରଞ୍ଜନ ଠାକୁର, ଦୀନେଶ ବନଛୋର, ଗିରିଶ ବନଛୋର, ମହେନ୍ଦ୍ର ମିର୍ଦ୍ଧା, ମୋହନ ମାଝୀ, ଭୀମସେନ ସାହୁ, ଡୋଲାମଣି ପଧାନ, ନିଧି ବିଶ୍ୱାଳ, ଅନିରୁଦ୍ଧ ଛତ୍ରିଆ, ସାହେବ ପଧାନ, ଏବଂ ସୁରଭି ଗୋଶାଳା ର କୈଳାସ ରଣା, ଡ଼ିଲେଶ୍ୱର ଛତ୍ରିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I ପୂଜା ଶେଷ ରେ ପଣା ଏବଂ ଅନ୍ନ ସମସ୍ତଙ୍କୁ ବାଣ୍ଟିଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.