ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୁବିଲ ଫିରିଫିରା ଗ୍ରାମ ଠାରେ ମାଁ ମଙ୍ଗଳାଙ୍କ ୩୦ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବିଧିବିଧାନ ଅନୁସାରେ ମାଁ ମଙ୍ଗଳାଙ୍କ ପୂଜନ ଓ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ ଯୋଗଦେଇ ମାଁ ମଙ୍ଗଳାଙ୍କ ଆଶିର୍ବାଦ ଭିକ୍ଷା କରିବା ସହ ଭବ୍ୟ କାର୍ଯ୍ୟକ୍ରମ ପାଇଁ ଆୟୋଜକ କମିଟିକୁ ସାଧୁବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ।