ଅଇନି ଲଉଡି ମହୋତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ୪୨ମୌଜା: ମା ହାଡ଼ବାଇ ଲଉଡି ସଙ୍ଗ, ଅଇନି ପକ୍ଷରୁ ବାର୍ଷିକ ଲଉଡି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ଝାରକଟା ପଞ୍ଚାୟତ ସରପଞ୍ଚ ଶିଶିର କୁମାର ରାଉତ, ମନ୍ଦିର ପୂଜକ ଶରତ ଚନ୍ଦ୍ର ପଣ୍ଡା, ଗ୍ରାମ ମୂରବୀ ବାବାଜୀ ମହାନ୍ତି, ବୈଷ୍ଣମ୍ୱ ବେହେରା, ନକୁଳ ବେହେରା, କଟକ ସଦର ଯାଦବ ମହାସଭା ସଭାପତି ବିନୋଦ ବେହେରା, ଜିଲ୍ଲା ପ୍ରତିନିଧି ରାଜେନ୍ଦ୍ର ଖିଲାର ଓ ୪୨ମୌଜା ଯାଦବ ମହାସଭା ସମ୍ପାଦକ ପ୍ରସନ୍ନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଥାନପତି ଅଇନି, ବଉଳକୁଦ, କଦମପଡା ଖରିପଡିଆ, ଭଦିମୁଳ ଓ ନାହାଭଙ୍ଗା ଲଉଡି ଗ୍ରୁପ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଅତିଥି ଓ ଲଉଡ଼ି ଗ୍ରୁପ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଲୋକନାଥ ବେହେରା, ମନୋଜ ବେହେରା, ଧନେଶ୍ଵର ବେହେରା, ଗୋକୁଳ ବେହେରା, ଶଙ୍କର୍ଷଣ ବେହେରା, ସୁବ୍ରତ ବେହେରା, ଶୈଳେନ୍ଦ୍ର ବେହେରା, ସୁଶାନ୍ତ ବେହେରା, ଆଶିଷ ବେହେରା ଓ ଗ୍ରାମ ଯୁବକ ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.