ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜାମ୍ମୁ ଓ କାଶ୍ମୀରର ପହଲଗାମ ଠାରେ ହିନ୍ଦୁ ପର୍ଯ୍ୟଟକଙ୍କ ଉପରେ ବର୍ବର ଆତଙ୍କବାଦୀ ଆକ୍ରମଣ ଓ ୨୮ ଜଣ ଭାରତୀୟଙ୍କ ସହ ବାଲେଶ୍ଵର ର ଓଡିଆ ପୁଅ ପ୍ରଶାନ୍ତ ଶତପଥୀ ଏବଂ ବିଭିନ୍ନ ଦେଶର ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ବୁଧବାର ସନ୍ଧ୍ୟା ସୁବର୍ଣ୍ଣପୁର ସହରର ବିଜୁ ପଟ୍ଟନାୟକ ଛକ ଠାରେ ଏକ ସାମୁହିକ ଶ୍ରଦ୍ଧାଞ୍ଜଳି ସଭାର ଅଯୋଜନ କରଯାଇଥିଲା। ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରସାଦ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାଧାରଣ ଜନତା, ସ୍ୱେଚ୍ଛାସେବୀ, ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ସହିତ ମୃତ ପର୍ଯ୍ୟଟକଙ୍କ ଆତ୍ମା ଶାନ୍ତି ଓ ସଦ୍ଗତି ପାଇଁ ଦୀପ ଦାନ କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ଧର୍ମ ନାମ ରେ ଭିଆଇଥିବା ଏଭଳି ବର୍ବର କାଣ୍ଡକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି ମତ ରଖି ଆତଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ବାସୀଙ୍କ ପକ୍ଷରୁ ଏସପି ଦାବୀ ଜଣାଇଥିଲେ। ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବରିଷ୍ଠ ନାଗରିକ ପ୍ରତାପ ଦାଶ, ନିରଂଜନ ତ୍ରୀପାଠୀ, ରକେଶ ନାଗ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ସ୍ଥାନୀୟ ଜନସାଧାରଣ ଜିଲ୍ଲାବାସୀଙ୍କ ପକ୍ଷରୁ ମୃତ ପର୍ଯ୍ୟଟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏ ଘଟଣାର ଦୃଢ଼ ନିନ୍ଦା କରି ଆତଙ୍କବାଦ କୁ ବିଲୋପ କରିବାକୁ ଭାରତ ବାସୀ ଏକଜୁଟ ହେବାକୁ ପରାମର୍ଶ କରିଥିଲେ। ସମାଜସେବୀ ମନୋରଞ୍ଜନ ତ୍ରୀପାଠୀ, ପ୍ରମୋଦ କୁମାର ସାହୁ, ମନୋଜ ପଣ୍ଡା, ରବୀନ୍ଦ୍ର ଜେନା, ଚୌଧୁରୀ ବିଭାର ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ସ୍ୱଚ୍ଛ ଭାରତ ସଂଗଠନ, ଯୋଗ ସମିତି, ଗୋପlଲ୍ହି ଯୋଗଳୟ, ପଏଁରୀ, ରାମଧୂନ୍ କ୍ଲବ୍, ବିଭିନ୍ନ ସାମ୍ୱାଦିକ ସଂଗଠନ, ଭୀମଭୋଇ କଳା ପରିଷଦ, ୟଙ୍ଗଷ୍ଟାର କ୍ଲବ, ମାରୱାଡି ଯୁବାମଞ୍ଚ, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ ସମେତ ସହର ର ବିଭିନ୍ନ ସଂଗଠନର ସଦସ୍ୟ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।