ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ମକଡ୍ରିଲ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ କଲ୍ୟାଣସିଂହପୁର ବ୍ଲକ ଅଗ୍ନିଶମ ବିଭାଗ ତରଫରୁ ସ୍ଥାନୀୟ ଲଷ୍ମୀ ଗଣପତି ପେଟ୍ରୋଲ ପମ୍ପ ପ୍ରାଙ୍ଗଣରେ ମକଡ୍ରିଲ ମାଧ୍ୟମରେ ସଚେତନତା କରାଯାଇଛି | ସ୍ଥାନୀୟ କଲ୍ୟାଣସିଂହପୁର ବ୍ଲକ ଅଗ୍ନିଶମ ବିଭାଗରେ ଦାୟିତ୍ୱ ତୁଲାଉଥିବା ଅଧିକାରୀ କୈଳାସ ସ୍ୱାଇଁଙ୍କ ନେତୃତ୍ବରେ ବାବୁଲା ବେହେରା, ଅଚ୍ୟୁତ ପ୍ରଧାନ, ରମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବର୍ତ୍ତମାନ ଗ୍ରୀଷ୍ମ ଋତୁରେ ପ୍ରବଳ ଖରାରେ ବିଭିନ୍ନ ସ୍ଥାନରେ ନିଆଁ ଲାଗୁଛି ତାହାକୁ କିପରି ଲିଭାଯାଇପାରିବ ପ୍ରଦର୍ଶନୀ ମାଧ୍ୟମରେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ତିନି ମହଲା କୋଠା, ଗ୍ୟାସ ସିଲିଣ୍ଡର, ପେଟ୍ରୋଲ ପମ୍ପ, ଘର ଓ ଜଙ୍ଗଲରେ କିପରି ନିଆଁ କୁ ଆୟତ କରାଯିବ ଓ କାଳବୈଶାଖୀ ର ତାଣ୍ଡବରେ ଗଛ ଗୁଡିକ ଭାଙ୍ଗି ଘର ଓ ରାସ୍ତା ଅବରୋଧ ହେଉଛି,ଦୁର୍ଘଟଣା ର ଶିକାର ହୋଇ ଯଦି ଜଣେ ପଡି ରହିଥିବ ତାକୁ କିପରି ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚା ହେବ ସେ ସବୁ କୁ ପ୍ରଦର୍ଶନୀ ମଧ୍ୟରେ ଦେଖାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.