କର୍ଲାମୁଣ୍ଡା,୪/୧୨( ନବୀନ କିଶୋର ସାହୁ):
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସେବା ସମବାୟ ସମିତି ପକ୍ଷରୁ ରାଜପୁର ,କର୍ଲାମୁଣ୍ଡା ରୁ ୨୫ ଜଣ ଚାଷୀଙ୍କୁ ପ୍ରତ୍ୟକ ଚାଷୀଙ୍କୁ ୪୦ କୁଇଣ୍ଟାଲ ଲେଖାଏଁ ଟୋକନ ଦେଇଥିଲେ । ଆଜି ସକାଳେ ମିଲରସ ଆସି ଧାନ ମଣ୍ଡିରେ ପହଞ୍ଚି ଧାନର ମାନ ପରିକ୍ଷା କରିଥିଲେ। ଗତକାଲି ୨ କେଜି କଟନି ଚାଷୀ ଦେବୁ ବୋଲି କହିବାରୁ ମିଲରସ ମାନେ ରୋକଠକ ମନା କରି ଦେଇଥିଲେ। ଚାଷି ଧାନରେ କିଛି କୁଟା,ଧୁସର ରହିଥିଲେ ମଧ୍ୟ ମିଲରସ ୪ରୁ ୮ କେଜି ଧାନ କାଟିଲେ ଆମେ ନେବୁ ନ ହେଲେ ନାହିଁ ବୋଲି ମଣ୍ଡି ଛାଡି ଚାଲି ଯାଇଥିଲେ। ଆସନ୍ତା କାଲି ପର୍ଯ୍ୟନ୍ତ ଯଦି ଧାନ ନ ଉଠେ ଚାଷୀମାନେ ରାସ୍ତାରେକ କରିବେ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେବାକୁ ଦାବୀ ହେଉଛି ।