ଶିକ୍ଷାବିତ ଡ଼ଃ କଲିମୁଲ୍ଲା ସମ୍ବର୍ଦ୍ଧିତ 

ଓଡିଆ ବାର୍ତ୍ତା/ କଟକ: ୪୨ ମୌଜା ବରାଳ ଗ୍ରାମ ମା’ ନାରାୟଣୀ ମନ୍ଦିର ମୀନାବଜାର ପଡିଆରେ ପଲ୍ଲୀଶ୍ରୀ କଳା ପରିଷଦ ଦ୍ବାରା ପରିବେଶିତ ସାମାଜିକ ନାଟକ “ମୁଁ ଅନାଥ ତୁ ଜଗନ୍ନାଥ” ମଞ୍ଚସ୍ଥ ହୋଇଥିଲା । କଳପଡା ପଞ୍ଚାୟତ ଓ କୂଳସରିଚୁଆଁ ପଞ୍ଚାୟତ ମିଳିତ ଆନୁକୂଲ୍ୟରେ ଏବଂ ବରାଳ ଗ୍ରାମବାସୀଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗରେ ଉକ୍ତ ନାଟକ ଗ୍ରାମାଞ୍ଚଳର ବିଶିଷ୍ଟ କଳାକାର ମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇ ଖୁବ୍ ସୁନ୍ଦର ଭାବେ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଭାଧାରୀ ବ୍ୟକ୍ତିତ୍ଵଙ୍କ ସହ ବିଶିଷ୍ଟ ଶିକ୍ଷାବିତ୍, ସାରସ୍ଵତ ସାଧକ, ସାହିତ୍ୟିକ, ଖ୍ୟାତି ସମ୍ପନ୍ନ ସାମାଜିକ କର୍ମୀ, ଦକ୍ଷ ସଂଗଠକ, ପରିବେଶବିତ୍ ତଥା ୪୨ ମୌଜା ରାଉତରାପୁର ଗ୍ରାମର କୃତୀ ସନ୍ତାନ ପ୍ରାଧ୍ୟାପକ ଡକ୍ଟର କଲିମୁଲ୍ଲାଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.