ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ସୁଳିପଦର ଗ୍ରାମର ଜଣେ ଯୁବକର ଦୁର୍ଘଟଣାରେ ଚାଲିଯାଇଛି ଜୀବନ। ସୁଳିପଦର ଗ୍ରାମର ଲକନାଥ ସାହୁଙ୍କ ପୁଅ ସାଗର ସାହୁ ବୟସ ୨୨ ସେ କୋଲନରା ବ୍ଲକ ସ୍ଥିତ ଏକ ଘରୋଇ କୁଲଡ୍ରିଂକ୍ସ କମ୍ପାନୀରେ କାମ କରୁଥିଲେ। ରଜପର୍ବ ହୋଇଥିବାରୁ ସେ ତାଙ୍କ କମ୍ପାନୀ ସାଙ୍ଗ ମାନଙ୍କ ସହ କାଶୀପୁର ବ୍ଲକକୁ ପିକନିକ୍ କରିବାକୁ ଯାଇଥିଲେ। ପିକନିକ୍ ସାରି ଫେରିବା ସମୟରେ ସିରିପାଇ ପଞ୍ଚାୟତ ମିନାଖୁଣ୍ଟି ବ୍ରିଜ ପାଖରେ ଭାରସାମ୍ୟ ହରାଇ ୨ ଜଣ ସ୍କୁଟି ସହ ବ୍ରିଜ ତଳକୁ ଖସି ପଡିଥିଲେ। ଏହା ପରେ ସାଗର ସାହୁଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମୃତ ଘଷଣା କରିଥିଲେ। ଅନ୍ୟ ଜଣେ ଗୁଣୁପୁର ଅଞ୍ଚଳର ସୁନୀଲ ପ୍ରଧାନ ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ପ୍ରଥମେ ରାୟଗଡ଼ା ମୁଖ୍ୟ ଚିକିତ୍ସାଲୟ ନେବା ପରେ ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସନାନ୍ତର କରାଯାଇଥିବା ଜଣା ପଡ଼ିଛି। ବାପା ମାର ରୋଜଗାରୀଆ ପୁଅ ସାଗର ସାହୁ ଚାଲି ଯିବା ପରେ ଚିନ୍ତାରେ ଏବେ ପରିବାର ଲୋକେ। ଘଟଣା ପରେ କାଶୀପୁର ଥାନା ପୋଲିସ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।





