ରକ୍ତଦାନ ସେବାର ଅନୁପମ ସ୍ୱାକ୍ଷର : ରକ୍ତଦାତା ଇଂ. ଗୋପାଳ କୃଷ୍ଣ ଦାସ 

ଓଡିଆ ବାର୍ତ୍ତା/ କଟକ: ସେ ରକ୍ତଦାତା, ଧର୍ମପ୍ରାଣ ବ୍ୟକ୍ତିତ୍ୱ, ସାମାଜିକ କର୍ମୀ, ସମାଜ ସଂସ୍କାରକ, ପରିବେଶବିତ, କବି, ସାହିତ୍ୟିକ, ସୁବକ୍ତା, ଗବେଷକ ଇଂ.ଗୋପାଳ କୃଷ୍ଣ ଦାସ ଅନ୍ୟତମ । ସେ ଯାଜପୁର ଜିଲ୍ଲା ବରୀ ମାଟିର ପୁଅ । ବୃତ୍ତିରେ ସଫ୍ଟୱେର ଇଞ୍ଜିନିୟର ପ୍ରବୃତ୍ତି ସମାଜ ସେବା ଆଉ ସାହିତ୍ୟ ସାଧନା । ସେ ଜନସଚେତନ କାର୍ଯ୍ୟକ୍ରମ,ସ୍ୱାସ୍ଥ୍ୟ ସେବା ଶିବିର, ବୃକ୍ଷରୋପଣ, ସେବା କାର୍ୟ୍ଯ, ଅସହାୟ ଲୋକଙ୍କୁ ସହଯୋଗ, କମ୍ବଳ ଓ ଖାଦ୍ୟ ବଣ୍ଟନ, ଵିଶେଷ କରି ଶିଶୁ କର୍କଟ ରୋଗୀଙ୍କ ସେବା, ସାହିତ୍ୟ ସେବା, ଧାର୍ମିକ କାର୍ଯ୍ୟରେ ସଦା ତତ୍ପର । ବିଭିନ୍ନ ଆଶ୍ରମ, ସେଲ୍ଟର ହୋମ, ବାଳାଶ୍ରମ, ବିଦ୍ୟାଳୟ ମହାବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ଆଦିରେ ପହଂଚି ବିଭିନ୍ନ ସେବା କାର୍ଯ୍ୟକ୍ରମ, ସଫେଇ, ଖାଦ୍ୟ ବଣ୍ଟନ, ଶିଶୁ କର୍କଟ ରୋଗୀଙ୍କ ସେବାରେ ବ୍ରତୀ । ସେ ଏଯାବତ୍ ୬୬ ଥର ରକ୍ତଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.