ଓଡିଆ ବାର୍ତ୍ତା/ କଟକ: ସେ ଅନନ୍ୟ ଆଦର୍ଶରେ ଅନୁପ୍ରାଣୀତ ବିଶିଷ୍ଟ ପ୍ରତିଭାଧାରୀ, ନୀତିନିଷ୍ଠ, ଧର୍ମପ୍ରାଣ ବ୍ୟକ୍ତିତ୍ୱ, ସାମାଜିକ କର୍ମୀ, ରକ୍ତଦାତା, ସମାଜ ସଂସ୍କାରକ, ମହାନ୍ ମଣିଷ, ପରିବେଶବିତ, କବି, ସାହିତ୍ୟିକ, ସୁବକ୍ତା (ମୋଟିଭେଟନାଲ୍ ସ୍ପିକର), ବୈଷାୟିକ ଜ୍ଞାନ କୌଶଳ ତଥା ପ୍ରଯୁକ୍ତି ବିଦ୍ୟାରେ ଉଚ୍ଚ କୋଟିର ଗବେଷକ ଇଂ.ଗୋପାଳ କୃଷ୍ଣ ଦାସ ଅନ୍ୟତମ । ଯାଜପୁର ଜିଲ୍ଲା ବରୀ ବ୍ଲକ ଉପକଣ୍ଠ ରାଉତସାହି ଗ୍ରାମରେ ତାଂକ ଜନ୍ମ । ପିତାଙ୍କ ନାମ ଶିକ୍ଷାବିତ୍ ଅଶୋକ କୁମାର ଦାସ ଓ ମାତାଙ୍କ ନାମ ଶିକ୍ଷୟତ୍ରୀ ରମା ଦାସ । ବୃତ୍ତିରେ ସେ ସଫ୍ଟୱେର ଇଞ୍ଜିନିୟର, ପ୍ରବୃତ୍ତି ସମାଜ ସେବା ଆଉ ସାହିତ୍ୟ ସାଧନା । ରାମକୃଷ୍ଣ ବାଳାଶ୍ରମରେ ଅନାଥ ପିଲାଙ୍କ ଜନ୍ମ ଦିନ ଆଦି ପାଳନ କରନ୍ତି । ସେ ଜନସଚେତନ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ସେବା ଶିବିର, ବୃକ୍ଷରୋପଣ, ସେବାକାର୍ୟ୍ଯ, ଅସହାୟ ଲୋକଙ୍କୁ ସହଯୋଗ ପ୍ରଦାନ, କମ୍ବଳ ଓ ଖାଦ୍ୟ ବଣ୍ଟନ, ଵିଶେଷ କରି ଶିଶୁ କର୍କଟ ରୋଗୀଙ୍କ ସେବାରେ ସମର୍ପିତ, ସାହିତ୍ୟ ସେବା, ଧାର୍ମିକ କାର୍ଯ୍ୟରେ ସଦା ତତ୍ପର । ଛୁଟି ଦିନ ମାନଙ୍କରେ ବିଭିନ୍ନ ଆଶ୍ରମ, ସେଲ୍ଟର ହୋମ, ବାଳାଶ୍ରମ, ବିଦ୍ୟାଳୟ ମହାବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ଆଦିରେ ପହଂଚି ବିଭିନ୍ନ ସେବା କାର୍ଯ୍ୟକ୍ରମ, ସଫେଇ, ଖାଦ୍ୟ ବଣ୍ଟନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଶିଶୁ କର୍କଟ ରୋଗୀ ମାନଙ୍କୁ ନ୍ୟୁଟ୍ରେସନ୍ ଫୁଡ୍ ବଣ୍ଟନ ଦିୟନ୍ତି । ଏହି କାର୍ଯ୍ୟରେ ତାଙ୍କ ପିତାମାତାଙ୍କ ସହ ଧର୍ମ ପତ୍ନୀ ଆଦର୍ଶ ନାରୀ ପ୍ରତିଭା ଶିକ୍ଷାବିତ୍ ପ୍ରଭାସିନୀ ଦାସ, ଜ୍ୟେଷ୍ଠ ପୁତ୍ର ଶ୍ରୀମାନ୍ ଶୁଭମ୍ ଦାସ, କନିଷ୍ଠ ପୁତ୍ର ଶ୍ରୀମାନ ଶ୍ରୀୟମ ଦାସ ମଧ୍ୟ ପ୍ରେରଣା ଯୋଗାଇ ଚାଲିଛନ୍ତି । ସେ ଏଯାବତ୍ ୬୬ ଥର ରକ୍ତଦାନ କରିଛନ୍ତି । ରମା ଦେବୀ ସେବା ସଂଗଠନର ସେ ଅଧ୍ୟକ୍ଷ । ଜଣେ ଖ୍ୟାତିସମ୍ପନ୍ନ କବି ବା ଲେଖକ ଭାବେ ବହୁ ସଭା ସମିତିରେ ଯୋଗଦାନ କରି କବିତା ଆବୃତି କରିବା, କବିତା ସଂଯୋଜନା କରିବା ଆଦି ଅନେକ ପ୍ରତିଭା ରହିଛି । ତାଙ୍କ ଲିଖିତ ବହୁ କବିତା ଆଉ ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇ ଖୁବ୍ ପାଠକୀୟ ସ୍ଵିକୃତୀ ଲାଭ କରିଛି । ଓଡ଼ିଆ ସାହିତ୍ୟ,ଭାଷା ଓ ସଂସ୍କୃତିର ବିକାଶ ପାଇଁ ସେ ସଦା ସର୍ବଦା ବ୍ରତୀ । ତାଙ୍କର ଅନେକ ପୁସ୍ତକ ଏବେ ପ୍ରକାଶିତ ଅପେକ୍ଷାରେ । ସେ ନିଜେ ୱେବସାଇଟ ଓ ଆଣ୍ଡ୍ରଏଡ ମୋବାଇଲ ଆପ ତିଆରି କରି ଲୋକମାନଙ୍କୁ କିପରି ଓଡ଼ିଆ ସାହିତ୍ୟ,ଭାଷା ଓ ସଂସ୍କୃତି ପାଇଁ ମନ ବଳାଇ ବା ପାଇଁ ସର୍ବଦା ଚେଷ୍ଟିତ । ତାଙ୍କ ୱେବସାଇଟ (https://authorgopaldas.in)ରେ ତାଙ୍କ ସ୍ୱରଚିତ ସମସ୍ତ ଗଳ୍ପ, ଉପନ୍ୟାସ, କବିତା ବିନା ମୂଲ୍ୟରେ ଉପଲବ୍ଧ । ତାଙ୍କ ଆଣ୍ଡ୍ରଏଡ ଆପସ “ସ୍ୱାଭିମାନ” ମଧ୍ୟ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି ।





