ଯକ୍ଷ୍ମା ରୋଗୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇବ ଏମସିଏଲ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ରେ ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ‌ରେ ଯକ୍ଷ୍ମା ରୋଗୀ ମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ସହ ମହାନଦୀ କୋଲଫିଲ୍ଡ ଲିମିଟେଡ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଜିଲ୍ଲାର ଚିହ୍ନଟ ସମସ୍ତ ଯକ୍ଷ୍ମା ରୋଗୀ ଏବଂ ପରିବାରର ୩ଜଣ ସଦସ୍ୟଙ୍କ ପାଇଁ ଏମ ସି ଏଲ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା କରିବାକୁ ସହାୟତାର ହାତ ବଢାଇଛନ୍ତି। ସେଥିପାଇଁ ଏମସିଏଲ ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ରୋଗୀ ଏବଂ ୩ ସଂପର୍କିୟଙ୍କ ପାଇଁ ଖାଦ୍ୟ ବାବଦରେ ହେଉଥବା ଆର୍ଥିକ ଖର୍ଚ୍ଚ ବହନ କରିବ ‌ବୋଲି ଜଣାପଡିଛି। ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଏବଂ ଏସ ସି ଏଲ ତରଫରୁ ଅଧିକାରୀ ରୋହିତ ସିଂ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନଗେନ୍ଦ୍ରନାଥ ମହାପାତ୍ର, ଏଡିପିଏଚଓ ମମତା ସାହୁ, ଜିଲ୍ଲା ଯକ୍ଷ୍ମା ସଂଯୋଜକ ନବୀନ କିଶୋର ମାହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଏମ ଓ ୟୁ ଗୋଟିଏ ବର୍ଷ ପାଇଁ ସ୍ବାକ୍ଷରିତ ହୋଇଥିବା ଜଣାପଡିଛି। ଏମ ସି ଏଲ ସଂସ୍ଥାର ସିଏସଆର କାର୍ଯ୍ୟ ମାଧ୍ୟମରେ ରାୟଗଡା ଜିଲ୍ଲାର ଯକ୍ଷ୍ମାମୁକ୍ତ ପାଇଁ ନୀକ୍ଷୟ ମିତ୍ର ରୂପେ କାର୍ଯ୍ୟକରିବ ବୋଲି ଜଣାପଡିଛି। ଏଠାରେ ସୂଚନାଯୋଗ୍ୟଯେ ଜିଲ୍ଲାର ୧୧ଟି ବ୍ଲକ ମଧ୍ୟରୁ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରରେସନାଲ ଲିମିଟେଡ କାଶିପୁର ବ୍ଲକର ସମସ୍ତ ରୋଗୀଙ୍କ ପାଇଁ ଗତ ୩ ବର୍ଷ ଧରି ଖାଦ୍ୟ ବାସ୍କେଟ ପୁଷ୍ଟିକର ଖାଦ୍ୟଯୋଗାଇଆସୁଛନ୍ତି। ଉତ୍କଳ ଆଲୁମିନା କାଶିପୁର ବ୍ଲକର କେବଳ ଯକ୍ଷ୍ମା ରୋଗିଙ୍କୁ ସହାୟତା କରୁଥିବା ବ‌େଳେ ଏମ ସି ଏଲ ଯକ୍ଷ୍ମା ରୋଗି ଏବଂ ପରିବାରକୁ ସହାୟତା କରିବ। ଏଠାରେ ସୂଚନାଯୋଗ୍ୟ ଯେ ରାୟଗଡା ଜିଲ୍ଲାରେ ୮୦୦ରୁ ଉର୍ଧ୍ବ ଯକ୍ଷ୍ମା ରୋଗି ଚିକିତ୍ସିତ ହେଉଛନ୍ତି। ସୂଚନାରୁ ଜଣାପଡିଛି ଯକ୍ଷ୍ମା ରୋଗି ମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସୁଷମ ଖାଦ୍ୟ ସହିତ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ମାସକୁ ୧୦୦୦/- ଟଙ୍କା ହିସାବରେ ୬ ମାସ ନିମନ୍ତେ ୬୦୦୦ ଟଙ୍କା ତାଙ୍କ ବ୍ୟାଙ୍କ ଖାତାରେ ସିଧା ସଳଖ ଜମା କରାଯାଉଛି। ରୋଗି ଚିହ୍ନଟ ଓ ଶୀଘ୍ର ଚିକିତ୍ସା, ସୁଷମ ଖାଦ୍ୟ, ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଓ ଜନଭାଗିଦାରି ହୋଇ କାର୍ଯ୍ୟ କରିଲେ ଜିଲ୍ଲାରୁ ଯକ୍ଷ୍ମା ରୋଗକୁ ନିର୍ମୁଳ କରିପାରିବା ବ‌ୋଲି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.