ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ସ୍ଥିତ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ମୁକ୍ତା ରାଉତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ସ୍ୱାସ୍ଥ୍ୟକର୍ମୀ ସଫଳା ଖମାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିପିଏମ ଅମୀୟ ରାଜପଲିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ସଂଯୁକ୍ତା ସାହୁ, ବାଚସ୍ୱିନୀ କବାଟ, ବିଶ୍ଵାମାୟା ଦାଶ, କୌଶଲ୍ୟା ମୁଣ୍ଡା, ବାସନ୍ତୀ ସ୍ୱାଇଁ, ରଶ୍ମିତା ପ୍ରଧାନ, ଅକ୍ଷୟ କୁମାର ପଧାନ ପ୍ରମୁଖ ସ୍ୱାସ୍ଥ୍ୟକର୍ମୀ ଆଲୋଚନାରେ ଅଂଶଗ୍ରହଣ କରି ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ରାଉତଙ୍କ ନିଷ୍ଠାପର କର୍ମମୟ ଜୀବନର ସ୍ମୃତିଚାରଣ କରିବା ସହ ତାଙ୍କର ନିରୋଗ, ଆନନ୍ଦମୟ ଜୀବନ କାମନା କରିଥିଲେ | ଶେଷରେ ସ୍ୱାସ୍ଥ୍ୟ ପରିଦର୍ଶକ ଶୈଳେଶ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ | ଟିକ୍ରାପଡ଼ା ସେକ୍ଟରର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.