କଳାହାଣ୍ଡି ବିକାଶ ପରିଷଦର କୁଶଳୀ ଛାତ୍ର ସବଳ ଓଡ଼ିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଆକାଂକ୍ଷିତ ଶିକ୍ଷା ଗ୍ରହଣ ନିମନ୍ତେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଏବଂ ସେମାନଙ୍କୁ ଆଧୁନିକ ଯୁଗର ଯୁଗୋପଯୋଗୀ କ୍ଷେତ୍ରଗୁଡ଼ିକରେ ବୈଷୟିକ ଓ ଡିଜିଟାଲ ଜ୍ଞାନ ପ୍ରଦାନ କରି ସଶକ୍ତ କରିବାକୁ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଏକ ଛୋଟ ପ୍ରୟାସ କରାଯାଉଅଛି ବୋଲି ଭବାନୀପାଟଣାରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ପରିଷଦର ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡ୍ ସୂଚନା ଦେଇଛନ୍ତି। ଆମ ରାଜ୍ୟର ଆର୍ଥିକ ଅନଗ୍ରସର ଅଥଚ ଶିକ୍ଷାଗତ ଦୃଷ୍ଟିରୁ ସମର୍ଥ ଛାତ୍ରଛାତ୍ରୀଙ୍କ ପାଇଁ ସଂପ୍ରତି ଅନେକ ପାଠ୍ୟକ୍ରମ ଉପଲବ୍‌ଧ ରହିଛି। ସେ ମଧ୍ୟରୁ ଭିଗୋର ଅନୁଷ୍ଠାନକୁ ଯୋଗାଯୋଗ କରି ଆମେ ପ୍ରାୟ ୫୨ଟି ପାଠ୍ୟକ୍ରମ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍‌ଧ କରାଉଥିବା ସଂପର୍କରେ ଡ. ମୁଣ୍ଡ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ସେମାନଙ୍କର ପସନ୍ଦର ପାଠ୍ୟକ୍ରମରେ ଡିଜିଟାଲ ପଦ୍ଧତିରେ ଶିକ୍ଷାଲାଭ କରିପାରିବେ ଯାହା ସେମାନଙ୍କୁ ସେହିସବୁ କ୍ଷେତ୍ରରେ ଜଣେ କୁଶଳୀ ଲୋକଶକ୍ତି ଭାବରେ ଗଢ଼ିତୋଳିବା ସହିତ ସେମାନଙ୍କ ପାଇଁ ନିଯୁକ୍ତିର ସୁଯୋଗକୁ ପରିବ୍ୟାପ୍ତ କରିବ। ଏଥିସହିତ ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ନିମନ୍ତେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ସେହି ପାଠ୍ୟକ୍ରମରେ ନାମଲେଖାଇବାକୁ ଉଦ୍ଦିଷ୍ଟ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡିକ ନିମନ୍ତେ ପ୍ରସ୍ତୁତ କରାଇ ସେମାନଙ୍କୁ ଏକ ସଫଳ କ୍ୟାରିୟର ଗଢ଼ିବାରେ ସହଯୋଗ କରୁଅଛୁ। ଆମର ମୂଳ ଲକ୍ଷ ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଶିକ୍ଷା ଓ ସେମାନଙ୍କର କ୍ୟାରିୟରରେ ଆଗକୁ ବଢ଼ିବାରେ ଆବଶ୍ୟକ ସମର୍ଥନ ଯୋଗାଇଦେବ। ଅନ୍‌ଲାଇନ୍ ପାଠ୍ୟକ୍ରମ ମଧ୍ୟରେ ସପ୍ଟୱେର ଇଂଜିନିୟରିଂ, ସପ୍ଟ ଲାଇନ ଚେନ୍ ମ୍ୟାନେଜମେଂଟ ସାର୍ଟିଫିକେଟ କୋର୍ସ, ଡିଜିନେସ୍ ଆନାଲିଷ୍ଟ ସାର୍ଟିଫିକେଟ ପ୍ରୋଗ୍ରାମ, ଡାଟା ଇଂଜିନିୟରିଂ, ପ୍ରୋଜେକ୍ଟ ମ୍ୟାନେଜମେଂଟ, ସାର୍ଟିଫିକେଟ କୋର୍ସ, ଡାଟା ସାଇନ୍ସ ୱାର୍କସପ୍ସ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ସାଇବର ସିକ୍ୟୁରିଟି, କ୍ଲାଉଡ଼ କମ୍ପ୍ୟୁଟିଂ ସାଟିଫେିକେଟ କୋର୍ସ ଆଦି ଡଇଜିଟାଲ କୋର୍ସ ସହିତ ବ୍ୟାଂକିଙ୍ଗ, ଏଲଆଇସି, ରେଲୱେ, ଓଟିଇଟି, ଏସଏସସି, ଓଡିଶା କର୍ମଚାରୀ ଚୟନ ଆୟୋଗ, ସିଡିଏସ ଆଦି ନିଯୁକ୍ତି ପରୀକ୍ଷା ଗୁଡଇକ ନିମନ୍ତେ ପ୍ରସ୍ତୁତିରେ ସହାୟତା କରୁଛି। ଆଶା କରୁଛୁ ଆମ ରାଜ୍ୟର ପିଲାମାନେ ଏହାର ସୁଯୋଗ ନେବେ ବୋଲି ଡ଼ ମୁଣ୍ଡ କହିଛନ୍ତି। ଭିଗୋର ଅନୁଷ୍ଠାନର ଅପରେସନ ମୁଖ୍ୟ ନିହାର ପଟ୍ଟନାୟକ, ଡିଜିଟାଲ ପାଠ୍ୟକ୍ରମ ମୁଖ୍ୟ ପରିଚାଳକ ଜ୍ୟୋତି ରଂଜନ ଦାଶ, ସହପରିଚାଳକ ସୌରଭ କହଁର ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.