ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନବଦିନାତ୍ମକ ଯାତ୍ରାର ଏକ ଅଲୌକିକ ଲୀଳା ‘ହେରାପଞ୍ଚମୀ’ ରୁପ୍ରାରୋଡଠାରେ ଅନୁଷ୍ଠିତ ହୋଇଛି। ମଞ୍ଜୁ ଅଗ୍ରୱାଲ ମହାଲକ୍ଷ୍ମୀ ଭୂମିକାରେ ରହିଥିଲେ। ସେ ମହାଲକ୍ଷ୍ମୀଙ୍କର ଚଳନ୍ତି ପ୍ରତିମା ସହ ଏକ ସୁସଜ୍ଜିତ ରଥରେ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ। ନନ୍ଦିଘୋଷ ରଥକୁ ଦେଖି ଲକ୍ଷ୍ମୀ ଆହୁରି କ୍ରୁଦ୍ଧ ହୁଅନ୍ତି। ଆରେ ଏହି ରଥଟା ତ ମହାପ୍ରଭୁଙ୍କୁ ଏଠାକୁ ନେଇ ଆସିଛି। ଅଭିମାନରେ ନନ୍ଦିଘୋଷ ରଥକୁ ଖୁଣକରି ଖଣ୍ଡେ କାଠ ବାହାରକରି ନେଇ ଆସନ୍ତି। ଓଡ଼ିଶାର ପ୍ରସିଦ୍ଧ କଥାବାଚକ ଆଶିର୍ବାଦଜୀ ମହାରାଜ ଓ ରୁପ୍ରାରୋଡ ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜକ ପ୍ରତାପ ପଣ୍ଡା ହେରାପଞ୍ଚମୀ ନିତି ସଂପାଦନ କରାଇଥିଲେ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନିଲ କୁମାର ଅଗ୍ରୱାଲ, ସୁମିତ କୁମାର ଅଗ୍ରୱାଲ ଓ କମିଟିର ସଂପାଦକ ପ୍ରଦୀପ କୁମାର ଅଗ୍ରୱାଲଙ୍କ ତତ୍ବାବଧାନରେ ଆୟୋଜିତ ମହାଲକ୍ଷ୍ମୀଙ୍କ ଏହି ଅପୂର୍ବ ଯାତ୍ରା ଦେଖି ଭକ୍ତମଣ୍ଡଳୀ କୃତାର୍ଥ ହୋଇଛନ୍ତି। ପୁନମ ଅଗ୍ରୱାଲ, ମଞ୍ଜୁ ରୋହିଲା, ସୁଧୀର ଅଗ୍ରୱାଲ, ସୁଦିପ୍ତ ଅଗ୍ରୱାଲ, କାହ୍ନା ଶର୍ମା, କାଲୁ ଶର୍ମା, ପ୍ରଶାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





