ଲାଞ୍ଜିଗଡ଼ ଡି.ଏ.ଭି. ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ସର୍ବେଶ୍ଵର ଭୁଜବଳଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଡି.ଏ.ଭି. ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବରେ ଶ୍ରୀ ସର୍ବେଶ୍ଵର ଭୁଜବଳ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ଵତନ୍ତ୍ର ସ୍ଵାଗତ ଉତ୍ସବରେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉନ୍ନତି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁ ଦାୟିତ୍ଵ ଗ୍ରହଣ କରିବା ପରେ ନୂତନ ଅଧ୍ୟକ୍ଷ ଶ୍ରୀ ଭୁଜବଳ ବିଦ୍ୟାଳୟର ଶୈକ୍ଷିକ ବାତାବରଣର ବିକାଶ ଏବଂ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ଉପରେ ନିଜର ଅଭିମତ ରଖିଛନ୍ତି । ଲାଞ୍ଜିଗଡ଼ ଏବଂ ଆଖପାଖ ଅଞ୍ଚଳରେ ଉଚ୍ଚକୋଟୀର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଛାତ୍ରଛାତ୍ରୀଙ୍କୁ ଜାତୀୟ ସ୍ତରରେ ସଫଳ କରାଇବା ତାଙ୍କର ପ୍ରାଥମିକ ଲକ୍ଷ୍ୟ ରହିବ ବୋଲି ସେ ପ୍ରକାଶ କରିଛନ୍ତି ।ଏହି ଯୋଗଦାନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଣ-ଶିକ୍ଷକ କର୍ମଚାରୀ ଏବଂ ବେଦାନ୍ତ ଆଲୁମିନିୟମ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରୀ ଭୁଜବଳଙ୍କ ଦକ୍ଷ ନେତୃତ୍ଵରେ ଆଗାମୀ ଦିନରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଛନ୍ତି । ସମସ୍ତ କର୍ମଚାରୀ ଓ ଅଭିଭାବକ ମହଲରେ ଏହାକୁ ନେଇ ବେଶ୍ ଖୁସିର ଲହରୀ ଖେଳିଯାଇଛି । ସୂଚନା ଯୋଗ୍ୟ, ଶ୍ରୀଯୁକ୍ତ ଭୁଜବଳ ପୁରୀ ଜିଲ୍ଲାର ମୂଳବାସିନ୍ଦା ଅଟନ୍ତି। ଜଣେ ମେଧାବୀ ଛାତ୍ର ଭାବରେ ଅର୍ଥନୀତିରେ ସ୍ନାତକତ୍ତୋର ସମାପ୍ତ ହେବା ପରେ ୟୁଜିସି ନେଟ୍ ପରୀକ୍ଷା ରେ ଉତ୍ତୀର୍ଣ୍ଣ ଲାଭ କରିଛନ୍ତି। ସେ ନିଜର ଚାକିରି ଜୀବନ ଡିଏଭି ସ୍କୁଲ, ପାଟନା, ବିହାର ରାଜ୍ୟରେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପରେ ସେ ୨୦୦୭-୧୧ ପର୍ଯ୍ୟନ୍ତ ଡିଏଭି ପବ୍ଲିକ ସ୍କୁଲ, ଜମଲପୁର ମୁଙ୍ଗେର ଠାରେ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ସହିତ ୨୦୧୧-୨୪ ପର୍ଯ୍ୟନ୍ତ ଡିଏଭି ପବ୍ଲିକ ସ୍କୁଲ ମହରଗଞ୍ଜ, ଶିବନ୍ ଜିଲ୍ଲାରେ ଅଧ୍ୟକ୍ଷ ଏବଂ ୨୦୨୪-୨୬ ଡିଏଭି ପବ୍ଲିକ ସ୍କୁଲ, ବରୁନି, ବେଗୁସରାଇ ଜିଲ୍ଲାରେ ଅଧ୍ୟକ୍ଷ ଭାବରେ ଦୀର୍ଘ ୨୪ବର୍ଷର ସଫଳତାର ଦାୟିତ୍ୱ ତୁଲାଇ ଥିଲେ। ଏହାପରେ ସେ ଲାଞ୍ଜିଗଡ଼ ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ ଯୋଗ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.