ଜାତୀୟ କୃମି ନାଶକ ଅଭିଯାନର ଶୁଭାରମ୍ଭ

ସୋନପୁର,୯/୮ : ସୁବର୍ଣ୍ଣପୁରରେ ଜାତୀୟ କୃମି ନାଶକ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ମଝି ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଦୀପ ଗୁରୁ, ଶିଶୁ ସ୍ୱାସ୍ଥ୍ୟର ଯୁଗ୍ମ ନିର୍ଦ୍ଦେଶକ ଡା.ପ୍ରିୟଙ୍କା ପ୍ରଧାନ, ଏଡିିଏଚ୍ଓ (ଭିବିଡି) ଡା.ନବକିଶୋର ବେହେରା, ଏଡିପିଏଚ୍ଓ (ଟିବି) ଡା. ପଦ୍ମହଂସା ଦୋରା, ସହକାରୀ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ ସାହୁ, ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁକ୍ତା ଖୁରା, ଜିଲା ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଜିଲା ସଂଯୋଜକ ମନୋରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପକୟଙ୍କର ଆଲୋକପାତ କରିଥିଲେ । ୧ ରୁ ୧୯ ବର୍ଷ ମଧ୍ୟରେ ଜିଲାର ସମସ୍ତ ଶିଶୁ ଓ ଯୁବକଙ୍କୁ କୃମି ନାଶକ ବଟିକା ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରରେ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ଆଜି ସହରରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏକକାଳୀନ କୃମି ନାଶକ ଔଷଧ ପ୍ରଦାନ କରାଯାଇଥିଲା ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.