ରାୟଗଡ,୯/୮ : ସ୍ଥାନୀୟ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ପରିସରରେ ବିଶ୍ବ ଜନଜାତି ଦିବସ ପାଳନ ହୋଇଯାଇଛି । ପ୍ରାର୍ଥନା ସଭା ପରେ ପ୍ରଧାନ ଶିକ୍ଷକ ଗଗନ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଛାତ୍ରଛାତ୍ରୀମାନେ ବିଶ୍ଵ ଜନଜାତି ଦିବସ ସମ୍ପର୍କରେ ନିଜସ୍ଵ ମତ ରଖିଥିଲେ । ବିଦ୍ୟାଳୟ ପକ୍ଷରୁ ପାରମ୍ପରିକ ଜନଜାତି ବେଶ ପୋଷାକରେ କିଛି ପିଲା ସଜ୍ଜିତ ହେବା ସହ ଆଦିବାସୀ ଭାବେ ନିଜକୁ ଗର୍ବ କରିବା ଲାଗି ଆହ୍ବାନ ଜଣାଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ବିଶ୍ଵ ଜନଜାତି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ ସହ ବିଭିନ୍ନ ଜନଜାତିର ଗୌରବମୟ ଇତିହାସକୁ ଉପସ୍ଥାପନ କରିଥିଲେ । ଚଳିତ ବର୍ଷର ବିଷୟକ “ଜନଜାତି ଭାଷା” ହୋଇଥିବାରୁ ଜନଜାତି ଭାଷାର ଵ୍ୟଵହାର , ପ୍ରଚାର ଓ ପ୍ରସାର ସାଙ୍ଗକୁ ନିଜ ମାତୃଭାଷାକୁ ସମୃଦ୍ଧ କରିବାକୁ ଜନଜାତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ରୋଜାଲୀନ ପରିଡା, ମଞ୍ଜୁଳା ପିପଳି, ଚିନ୍ମୟୀ ସାହୁ, ତନୁଶ୍ରୀ ସାହୁକାର ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News & Views update 👇
https://bit.ly/OBgroup3