ଲୋଏର ପିଏମଜିରେ ଅଙ୍ଗନଓ୍ବାଡି କର୍ମୀଙ୍କ ଧାରଣା

ଭୂବନେଶ୍ବର,୧୧/୧୨:

ରାଜଧାନୀ ଭୁବନେଶ୍ବର ଠାରେ ୧୬ଦିନ ଧରି ଅଲ ଇଣ୍ଡିଆ ଅଙ୍ଗନବାଡି ଓ୍ବାର୍କର ଏସୋସିଏସନ ଓ ଭାରତ ମଜଦୁର ସଂଘ ଦ୍ବାରା ଲୋଏର ପିଏମଜି ଛକରେ ଧାରଣା ଚାଲିଛି । ଏହି ଧାରଣା ରେ ଜିଲ୍ଲା ଓ୍ବାରୀ ଧାରଣା ରେ ବସିବା ନିର୍ଧାରିତ କରାଯାଇଛି। ଧାରଣା ରେ ବସିବାର ଆଭିମୁଖ୍ୟ ହେଲା ଅଙ୍ଗନବାଡ଼ି କର୍ମୀ ଙ୍କ ୬୦୦୦ରୁ୧୮୦୦୦, ହେଲପର ଓ ମିନି ଅଙ୍ଗନବାଡ଼ି ଙ୍କ ଦରମା ବୃଦ୍ଧି କରିବା ସାଙ୍ଗେସାଙ୍ଗେ ମିନି ଅଙ୍ଗନବାଡି ମାନଙ୍କୁ ଅଙ୍ଗନବାଡ଼ି ର ମାନ୍ୟତା ଦେବା  ଗରମରନ୍ଧା ଖାଦ୍ୟର ନୂଆ ଚାଟ୍ ଅନୁଯାୟୀ ଟଙ୍କା ପ୍ରଦାନ କରିବା, ଗ୍ୟାସ ଯୋଗାଇ ଦେବା, ଅବସର ସମୟ୬୫ବର୍ଷ ପରିବର୍ତେ ୬୦ କରିବା, ଅବସର ପରେ ଭତ୍ତା ପ୍ରଦାନ କରିବା ଏପରି ଅନେକ ଦାବି କୁ ଅନିର୍ଧୀଷ୍ଟ କାଳପାଇ ଧାରଣା ବସିଛନ୍ତି ଅଙ୍ଗନ ୱାଡି କର୍ମୀ ମାନେ । ଅଙ୍ଗନ ଓ୍ବାଡି କର୍ମୀ ମାନଙ୍କ ଧାରଣା ସ୍ଥଳକୁ ଯାଇ ଆମ ପ୍ରତିନିଧି ଗୋପାଳ ଦାସ ମହାନନ୍ଦ ସୋନଙ୍କ ସହ ଆଲୋଚନା କରିଥିଲେ । ମହାସଂଘର ନିର୍ଧାରିତ ଦିନ ଅନୁସାରେ ପ୍ରତ୍ୟେକ ଜିଲ୍ଲାର  ଓ୍ବାରକର ୨୪ଘଣ୍ଟା ବସିବେ। ସର୍ବପରି କଳାହାଣ୍ଡି ଜିଲ୍ଲାର ପ୍ରତ୍ୟୋକ କେନ୍ଦ୍ର ଅଙ୍ଗନବାଡି କର୍ମୀ, ମିନି  ଅଙ୍ଗନବାଡ଼ି ଓ ହେଲପର ମାନେ ଯୋଗ ଦେଇ ଥିବାବେଳେ  ସମ୍ବଲପୁର ର ସମସ୍ତ ଅଙ୍ଗନବାଡ଼ି ମିନି ଅଙ୍ଗନବାଡି ଓ ହେଲପର ମାନେ ପହଞିଲା ପରେ କଳାହାଣ୍ଡିର ଓ୍ବାର୍କର ସଂଘ ଧାରଣା ସ୍ଥାନ ଛାଡି ଥିବା ଲାଞିଗଡ଼ ରୋଡ଼ ସମପାଦିକା ଦୈମତି ମାଝୀ, ଜିଲ୍ଲା ନାରୀନେତ୍ରୀ ଝୁନୁ କୁମାର ଶତପଥୀ ସୁଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.