ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ବୈଠକରେ ବଲାଙ୍ଗିର ଏକ୍ସନ କମିଟି

ସଇଁତଲା,୧୬/୩ : ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତ ହେବାକୁ ଥିବା ୧୦ ଖଣ୍ଡ ଗ୍ରାମର ଶତାଧିକ ମହିଳା ପୁରୁଷଙ୍କ ଉପସ୍ଥିତିରେ ବଡ ତେଲେନପାଲି ଗ୍ରାମବାସୀ ବଲାଙ୍ଗିର ଏକ୍ସନ କମିଟିକୁ ଏକ ବୈଠକରେ ନିମନ୍ତ୍ରିତ କରିଥିଲେ । ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀ ବିସ୍ଥାପିତମାନଙ୍କ ବିଗତ ଦିନରେ ବିଭିନ୍ନ ଦାବୀ ଆନ୍ଦୋଳନ କରି ହାସଲ କରିଥିବା କଥା ଉଲ୍ଲେଖ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବର୍ତମାନ ର ସମସ୍ୟା କଥା ଆଲୋଚନା କରାଯାଇଥିଲା ଏବଂ ଏକ୍ସଗ୍ରାସିଆ ରାଶି ଗ୍ରହଣ କରି ପ୍ରକଳ୍ପ କାମକୁ ଆରମ୍ଭ କରିବା ପାଇଁ ସହମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ବଲାଙ୍ଗିର ଏକ୍ସନ କମିଟିି ତରଫରୁ ଲୋୟର ସୁକତେଳ ପ୍ରକଳ୍ପ ର ଆନ୍ଦୋଳନ ରେ ସାମିଳ ହେବା ପାଇଁ ସମର୍ଥନ ଓ ସହମତି ପ୍ରକାଶ କରିଥିଲେ ।

Udyog Nursery
Udyogi Nursery

ଏହି ବୈଠକରେ ବିସ୍ତାପିତ ମାନଙ୍କ ମଧ୍ୟରେ ଚମରା ମହାକୁର, କୈଳାସ ରଣା, ମଧୁ ରଣା, ପ୍ରହଲ୍ଲାଦ ରଣା, ଟୁନା ମିଶ୍ର, ସୁମିତ ମିଶ୍ର, ବଳଦେବ ରଣା, ସୁଦାମ ଧରୁଆ, ଘନ ବାରିକ, ଘାସିରାମ ଧରୁଆ, ଜନେକ ଧରୁଆ, ସଞ୍ଜିବ ରାଉତ, ଚନ୍ଦ୍ର ଶେଖର ଭୋଇ, ମଣିଚନ୍ଦ୍ର ମାଝି, ଅଶୋକ ଧରୁଆ, କୃଷ୍ଣ ଧରୁଆ, ତ୍ରିଲୋତ୍ତମା ଧରୁଆ, ଗୌରି ଧରୁଆ, କଳ୍ପନା ଧରୁଆ, ସାନ ମାରପାଚୀ, ମନୋଜ ଶବର, ସନ୍ତୋଷ ରାଉତ, ନରେଶ ଅଗ୍ରୱାଲ, ଗୌରୀ ଶଙ୍କର କୁମୁରା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ବୈଠକରେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ, ସମ୍ପାଦକ ବୁଲୁ ସିଂଦେଓ, ପ୍ରତାପ ରଥ, ଯୁବ ସଭାପତି ବିନୋଦ କାଲସାଏ, ଗୋବିନ୍ଦ ଶତପଥି, ସନ୍ତୋଷ ପଟ୍ଟନାୟକ, ପ୍ରିତମ କଲତା, ରାଜବ ପରମାଣିକ, ଗୋପାଳ ଆଚାର୍ଯ୍ୟ, ଲିଙ୍କନ ସେଟ, ସୁଜିତ ଦାସ ପ୍ରମୁଖ ଯୋଗଦେଇ ଥିଲେ ।

ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.