କାଣ୍ଡେଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହ

 

କଳାହାଣ୍ଡି,୩/୨: ତିନି ଦିନ ଧରି ଆୟୋଜିତ ହୋଇଥିବା କାଣ୍ଡେଲ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ମୋ ସ୍କୁଲ ଅଭିଯାନ ସମାପନ ହୋଇ ଯାଇଛି ।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅଧିନସ୍ଥ କାଣ୍ଡେଲ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷା ଦାନ ସହ ବିଭିନ୍ନ ଶୈଖିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗୀ ମନୋବୃତ୍ତି ପାଇଁ ଜିଲ୍ଲା ତଥା ରାଜ୍ୟରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି । ଏଥିପାଇଁ ବିଦ୍ୟାଳୟର ଶିକ୍ଷକ ମାନଙ୍କ ସମର୍ପିତ ଭାବ ସହ ଅଞ୍ଚଳର ଜନ ସାଧାରଣଙ୍କ ସହଯୋଗୀ ମନୋଭାବ ବିଦ୍ୟାଳୟର ପ୍ରଗତୀରେ ସହାୟକ ହୋଇ ଆସୁଛି ।

Pearl dental clinic
Near Ashish Medical Store, Bhawanipatna

ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହା ଏହି ବାର୍ଷିକ ଉତ୍ସବ ସମାରୋହରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଆମନ୍ତ୍ରଣ କରି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସହଯୋଗ କାମନା କରିଥିଲେ ଓ ପୂରାତନ ଶିକ୍ଷାର୍ଥି ମାନେ ଏଥିରେ ସହଯୋଗ କରିଥିବା ଜଣାପଡିଛି ।

Udyog Nursery
Udyogi Nursery

କେସଙ୍ଗା ବ୍ଲକ ଶିକ୍ଷାଧିକାରୀ ନିଳମାଧବ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଭବାନିପାଟଣା ବିଧାୟକ ଅନାମ ନାଏକ, ମୁଖ୍ୟ ବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସାହା, ସମ୍ମାନିତ ଅତିଥି ପୁର୍ବତନ ବ୍ଳକ ଅଧ୍ୟକ୍ଷ ରୋହିତ କୁମାର ଭୋଇ, କାଣ୍ଡେଲ ସରପଞ୍ଚ ପଙ୍କଜ ଗଉଡଙ୍କ ସମେତ ବିଶିଷ୍ଟ ବ୍ୟକ୍ତିତ୍ୟ ମୀନକେତନ ଗଉଡ, ଠାକୁର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହା ବାର୍ଷିକ ବିବରଣୀ ପାଠ କରିବା ସହ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ସଫଳତା ବିଷୟରେ ବକ୍ତବ୍ୟ ରଖିଥିଲେ ।ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ବ୍ୟବସ୍ଥା ତଥା ଆବଶ୍ୟକତା ଠାରୁ କମ ଶୈଚାଳୟ ଥିବା ଏବଂ ପାଚେରୀ ନିର୍ମାଣ ସହ ଯୁକ୍ତ ଦୁଇ କଲେଜ ନିର୍ମାଣ ପାଇଁ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଶିକ୍ଷାର୍ଥି ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏହି ସମାରୋହରେ ପ୍ରାୟ ପାଞ୍ଚ ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ଓ ପ୍ରବଳ ଶୀତ ସତ୍ତ୍ବେ ସମସ୍ତେ ଏହି ମନୋଜ୍ଞ କାର୍ଯ୍ୟକ୍ରମର ଭରପୁର ମଜା ନେଇଥିବା ଦେଖା ଯାଇଥିଲା । ପ୍ରଭାତ ମହଲା ମଞ୍ଚ ପରିଚାଳନା କରିଥିବା ବେଳେ ମାଧବ ମହଲା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.