ମ୍ୟାନେଜରଙ୍କ ମନମୁଖୀ କାର୍ଯ୍ୟକୁ ନେଇ ବ୍ୟାଙ୍କ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ

କର୍ଲାମୁଣ୍ଡା,୩/୨: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ରେଗଡ଼ା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ୍ୟାନେଜରଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ବ୍ୟାଙ୍କ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ବ୍ୟାଙ୍କ ଗ୍ରାହକ । ମହିଳା ମାନଙ୍କ ଅଭିଯୋଗ ହେଲା ଉକ୍ତ  ମ୍ୟାନେଜର ବ୍ୟାଙ୍କକୁ ଆସୁଥିବା ଗ୍ରାହକ ମାନଙ୍କୁ ଆସ୍ବସ୍ତି ଦେବା ପରିବର୍ତେ ଦେଉଛନ୍ତି ଦୁର୍ବ୍ୟବହାର ।

Omkar Vasthu
Omkar Vasthu

ପୁଣି ଗୋଟିଏ ନୁହେଁ ପୁରା ଅଞ୍ଚଳର ମହିଳା ସଙ୍ଘ କଲେ ତୀବ୍ର ବିରୋଧ । ପ୍ରକୃତ ଘଟଣା ହେଲା ମା ମଙ୍ଗଳା ଏସଏଚଜି ଗୃପ ମହିଳାଙ୍କ ଋଣ ଲେଣ ଦେଣ ଠିକ ଚଳୁଥିଲେ ମଧ୍ୟ ସେହି ଗୃପର ଜମା ଖାତାରୁ ୧୫୩୦୦ ଟଙ୍କା ତାଙ୍କ ବିନା ଅନୁମତିରେ ସିଧାସଳଖ ନେଇଛନ୍ତି ଋଣ ଖାତାକୁ ।

Pearl dental clinic
Near Ashish Medical Store, Bhawanipatna

କେବଳ ଏତିକି ନୁହେଁ ରାଜ୍ୟ ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନାରେ ଯେଉଁ ଟଙ୍କା ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ପ୍ରଦାନ କରିଛନ୍ତି ସେହି ଟଙ୍କାକୁ ମନଇଚ୍ଛା ନେଇ ଯାଉଛନ୍ତି ଋଣ ଖାତାକୁ ବୋଲି ଅଭିଯୋଗ କରିଛନ୍ତି ଚାଷୀ । ମହିଳାଙ୍କ ଆନ୍ଦୋଳନ ରେ ସାମିଲ ଥିଲେ ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ଓ ତାଙ୍କ ବାପା ।

Udyog Nursery
Udyogi Nursery

ମାନସିକ ଅକ୍ଷମ ବ୍ୟକ୍ତିଙ୍କ ବାପା କହିବା ଅନୁସାରେ ଦୀର୍ଘ ଦିନରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ନିଜ ତାଙ୍କ ପୁଅର ବ୍ୟାଙ୍କ ଖାତାକୁ ସେ ଲେନଦେନ କରି ଆସୁଥିଲେ ଏବେକିନ୍ତୁ ଏହି ମ୍ୟାନେଜର ବାବୁ ତାଙ୍କ ବାପାଙ୍କୁ ଖୋଦ ମନା କରିଦେଇ ଥିବାବେଳେ ତାଙ୍କ ପୁଅର ଚିକିତ୍ସା ରେ ବାଧା ସୃଷ୍ଟି ହେଉଛି ।

ଘଟଣା ସ୍ଥଳରେ ଏମ.ରାମପୁର ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂ ଦେଓ , ଯୁବ ସମାଜ ସେବୀ  ମନୋଜ ପଟ୍ଟନାୟକ , ସ୍ଥାନୀୟ ସରପଞ୍ଚ ସୁଶାନ୍ତ ପରିଡା ପହଞ୍ଚି ମହିଳା ସଙ୍ଘକୁ ବୁଝା ସୁଝା କରିବା ପରେ ଆନ୍ଦୋଳନ ହଟିଥିଲା ।

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.