ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ସାନଚେରଗାଁରୁ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣ ହେଉଛନ୍ତି ସାନଚେରଗାଁର ସନ୍ତୋଷ ହରିଜନଙ୍କ ସ୍ତ୍ରୀ ସବିତା ହରିଜନ। ସେ ଗାଧୋଇ ସାରି ନିଜ ଓଦା କପଡା ଏକ ତାରରେ ଶୁଖାଉଥିଲେ। ଏହି ସମୟରେ ଉକ୍ତ ତାରରେ ଆଉ ଏକ ବିଦ୍ୟୁତ ତାର ସଂଯୋଗ ହୋଇ ଯାଇଥିଲା। ଫଳରେ ସବିତା ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଘଟଣା ସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଚପ୍ରିଆ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇଁ କେଗାଁ ପୋଲିସ ଡାକ୍ତରଖାନାକୁ ଯାଇ ଶବ ଜବତ କରିବା ସହିତ କେସ ନମ୍ବର ୬/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି।
ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in