ଜେସିବି ମାଡି ଜିବାରୁ ମହିଳା ଗୁରୁତର : ଉତ୍ୟକ୍ତ ଜନତା ଅବରୋଧ କଲେ ଜାତୀୟ ରାଜପଥ 

ସଇଁତଲା,୬/୩ : ସଇଁତଳା ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଛନ୍ତି ।

ପ୍ରପ୍ତ ସୂଚନାରୁ ପ୍ରକାଶ ଯେ, ବରଗାଁର ଜେମାମଣୀ କୁମ୍ବାର (୪୫) ନଳକୂପରୁ ପାଣି ଆଣି ଘରକୁ ଫେରୁଥିବା ସମୟରେ ବଡ଼ମାଳ ପଟୁ ଆସୁଥିବା ଏକ ଜେସିପି (ଗାଡ଼ି ଓଡି ୦୩ ଜେ ୯୨୬୯) ର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ମହିଳାଙ୍କ ଉପରକୁ ଚଢି ଯାଇଥିଲା । ଏଥିରେ ମହିଳାଙ୍କ ଦୁଇ ଗୋଡରେ ଗଭିର ଆଘାତ ଲାଗିବା ସହ ତାଙ୍କ ଅବସ୍ଥା ସଂକଟାପୂର୍ଣ୍ଣ ରହିଛି । ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନସ୍ସରେ ସଇଁତଲା ଗୋଷ୍ଠୀ ଚିକିତ୍ସାଳୟକୁ ନେଇ ଭର୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଂଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସନାନ୍ତରିତ କରାଯାଇଛି।

ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ବଳବତ୍ତର ରହିଥିଲା । ଏହି ରାସ୍ତାରେ ବାରମ୍ବାର ଛୋଟ ବଡ ଦୂର୍ଘଟଣା ଘଟି ଜନ ଜୀବନ ହାନି ହେଉଥିବାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.