ଭୁବନେଶ୍ୱରରେ ସମ୍ବର୍ଦ୍ଧିତ ହେଲେ ଟିକିରିର କବି ନିରଂଜନ ନାୟକ

ରାୟଗଡ,୬/୩ : ନିଜର ସାରସ୍ୱତ ସାଧନା ତଥା ବୈପ୍ଳବିକ କବିତା ରଚନା ପାଇଁ ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଅନ୍ତର୍ଗତ ଟିକିରି ଗ୍ରାମର କବି ନିରଂଜନ ନାୟକଙ୍କୁ ଭୁବନେଶ୍ୱରରେ ସ୍ଥିତ କଳ୍ପନା ଛକ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ‘କଳ୍ପନା ଛକ ଟୋକା ସଂଘ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏକ ମହତ୍ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରି ଆସୁଥିବା ରାଜଧାନୀ ସ୍ଥିତ କଳ୍ପନା ଛକ ଟୋକ ସଂଘର ଏକବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିରଂଜନଙ୍କୁ ସର୍ମର୍ଦ୍ଧିତ କରାଯାଇଥିଲା । ଏହି ସଂଘର ତଥା ଦିଶାର ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ଝା’ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ରାଜଧାନୀ କମିଶନରେଟ୍ ପୋଲିସର ମହାନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ଯୋଗ ଦେଇ କବି ନିରଂଜନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଭୁବନେଶ୍ୱର କର୍ପୋରେଟର ଲୋରା ମହାପାତ୍ର, ଓଡିଶା ସମାଜ ସେବୀ ମହାସଂଘର ଉପଦେଷ୍ଠା ମୀରା ପରିଡା, ଭୁବନେଶ୍ୱର ପୋଲିସ ଥାନାଧିକାରୀ ଦରୋନିଧି ନାୟକ, ସାମ୍ବାଦିକ ଚନ୍ଦ୍ରଭାନୁ କର, ଧୀରେନ ରାଉତରାଏ ପ୍ରମୁଖ ଉପସ୍ଥିତ ରହି ସାହିତ୍ୟ, ସମାଜସେବା ଦିଗରେ ଓଡିଶାର ଯୁବପୀଢିମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.