ରୁପ୍ରାରୋଡ ଶିଶୁ ମନ୍ଦିରରେ ସ୍ବାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଫଟୋ ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଦେଶ ସାରା ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହେଉଛି ଆଜାଦି କା ଅମୃତ ମହୋତ୍ସବ। ଏହି ଅବସରରେ ଗାଁ ରୁ ସହର ସବୁଠି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଘରେ ଘରେ ଉଡୁଛି ତ୍ରିରଙ୍ଗା। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଫଟୋ ପ୍ରଦର୍ଶନ କରାଯାଇଛି। ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ଭୋଇଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଯାଏଁ ଶିକ୍ଷାର୍ଥୀମାନେ ଅଂଶ ଗ୍ରହଣ କରିଥିଲେ। ଆଚାର୍ଯ୍ୟ ପବିତ୍ର ମୋହନ ଛୁରିଆ, ଜୟଶଙ୍କର ରାଉତ, ବିମଳ ନାଏକ, ରମେଶ ଚନ୍ଦ୍ର ତ୍ରିପାଠୀ, ଛବିରାମ ତାଣ୍ଡି, ପ୍ରଦୀପ କୁମାର ଗଉଡ, ସରୋଜ ନାଏକ, ଜିତେନ୍ଦ୍ର ଗଉଡ, ଗୁରୁମା ସୁବେଦିତା ନାଏକ, ମାନସୀ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସ୍ଵାଧୀନତା ଦିବସରେ ବିଦ୍ୟାଳୟ ପରିସରରେ ୭୫ ଗୋଟି ମାଟି ଦୀପ ପ୍ରଜ୍ବଳନ ପୂର୍ବକ ୭୫ ଜଣ ଭାଇଭଉଣୀ ଜାତୀୟ ସଂଗୀତ ଓ ବନ୍ଦେ ମାତରଂ ଗାନ କରିବେ ବୋଲି ପ୍ରଧାନାଚାର୍ଯ୍ୟ ଶ୍ରୀ ଭୋଇ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.