ଭାରତ ମାତା କି ଜୟ ଧ୍ବନୀରେ ମୁଖରିତ ହେଲା ଝରିଗାଁର ଗଗନ ପବନ

ଝରିଗାଁରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ସ୍ବାଧିନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳନ କରୁଛି ଆଜାଦି କା ଅମୃତ ମହୋତ୍ସବ। ଏହି ଅବସରରେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ହର୍ ଘର୍ ତ୍ରିରଙ୍ଗା ଅଭିଯାନ। ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ନାଗରିକଙ୍କ ଘରେ ଉଡିବ ତ୍ରିରଙ୍ଗା। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଛି ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ। ଭାରତ ମାତାକି ଜୟ, ବନ୍ଦେ ମାତରମ ନାରାରେ ଗୁଞ୍ଜରି ଉଠିଛି ଝରିଗାଁ। ଆଜି ବିଏସଫ୍ ଯବାନ, ଝରୀଗାଁ ପୋଲିସ ବଳ, ସ୍କୁଲ ଛାତ୍ର ଛାତ୍ରୀ ଏବଂ ଝରିଗାଁ ସରପଞ୍ଚ, ଜନସାଧାରଣ ଏବଂ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଝରିଗାଁ ବିଏସଫ୍ କ୍ୟାମ୍ପ ଠାରୁ ବସ ଷ୍ଟାଣ୍ଡ ଦେଇ ଝରିଗାଁ ସାରା ପରିକ୍ରମା କରିଥିଲେ। ଏହାସହ ଝରିଗାଁ ବସ ଷ୍ଟାଣ୍ଡ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ବାନ୍ଧି ଅଞ୍ଚଳବାସୀଙ୍କୁ ଉତ୍ସହିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.