ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ବର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ହର ଘର ତ୍ରିରଙ୍ଗା ଅଭିଯାନରେ ମହାବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ଜାତୀୟ ପତାକା ଉଡାଇ ଥିଲେ ଏବଂ ଜାତୀୟ ସଙ୍ଗୀତ ଗାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମହାବିଦ୍ୟାଳୟର ବିଷ୍ଣୁପଦ ସେନାପତି, ସୁଧାଂଶୁ ଶେଖର ଜେନା, ଅବନିଦ୍ର କର, ସୁଜିତ୍ କୁମାର ଦାସ, ଆର୍ଯ୍ୟାପ୍ରଜ୍ଞା ବାସବାଦତ୍ତା, ପ୍ରିୟଦର୍ଶିନୀ ନାୟକ, ବର୍ଷା ଦାସ, ଦୈତାରୀ ବେହେରା, ନରୋତ୍ତମ ମଲିକ, ଶୁଭଶ୍ରୀ ଦାସ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହିଥିଲେ। ପରିଶେଷରେ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଆର୍ଟ କ୍ୟାମ୍ପ ଏବଂ ୧୫ ତାରିଖ ଦିନ ସକାଳ ୯ ରୁ ୧.୩୦ ପଯ୍ୟନ୍ତ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ଦାସ କହିଥିଲେ।