ବୃଦ୍ଧି ପାଉଛି ବେଆଇନ ମଦ କାରବାର, ଚେଇଁ ଶୋଇଛି ଅବକାରୀ ବିଭାଗ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଏଥି ସହ ବିଭିନ୍ନ ସ୍ଥାନରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଜଣେ ଜଣେ ବ୍ୟକ୍ତି ଏକାଧିକ ଜାଗାରେ ମଦ କାରବାର ଚଳାଇ ନିରୀହ ଲୋକଙ୍କୁ ଶୋଷଣ କରୁଛନ୍ତି । କର୍ଲାମୁଣ୍ଡା ବ୍ଲକର ରିଷିଡା, ଗଜବାହାଲ, କର୍ଲାମୁଣ୍ଡା, ଭଟାପଲା, ଖଲିଆପାଲି, ଯୋରାଡବରା, ରିଞ୍ଜା , ସରଗୁଲ ମାଲପଡା, ପୌରକେଲା, ସାପଲହରା, ରେଗେଡା ଆଦି ଅଞ୍ଚଳର ଅଧିକାଂଶ ଗାଁରେ
ଏବେ ଛତୁ ଫୁଟିଲା ଭଳି ବେଆଇନ ଦେଶୀ ଓ ବିଦେଶୀ ମଦ
ବିକ୍ରି ଚାଲିଛି । ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଅବକାରୀ ଥାନା ଥାଇ ମଧ୍ୟ ସବୁ ବେଳେ ବନ୍ଦ ରହୁଛି । ଚୋରା ମଦ କାରବାରପାଇଁ ଲୋକେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଗାଁ ମାନଙ୍କରେ କୁଚିଆ ମଦଭାଟି ମାନ ଖୋଲି ଖୁଲମଖୁଲା ଦେଶୀ ଓ ବିଦେଶୀ ବିକ୍ରି ହେଉଛି । ଗ୍ରାମାଞ୍ଚଳରେ କୁଚିଆ ମଦ ବିକ୍ରି ହେଉଥିବା ଦେଖି ନଦେଖିଲା ପରି ଅବକାରୀ ବିଭାଗ ଚୁପ୍ ରହୁଛି । ଅଧିକାରୀମାନେ ସବୁ ଜାଣି ଚୁପ ରହୁଛନ୍ତି ବୋଲି ଚର୍ଚ୍ଚା ହେଉଛି । କମର୍ଚାରୀ ଅଭାବର ଆଳ ଦେଖାଇ ଅବକାରୀ ବିଭାଗ ନୀରବ ରହି ମଦବେପାରୀଙ୍କ ସହିତ ସଲାସୁତୁରା କରି ହାତ ବାନ୍ଧି ବସିଥିବା ବେଳେ ଯଦି କିଏ କେତେ ବେଳେ ୩ ରୁ ୪ଲିଟର ମଦ ଧରି ଭୋଜି ପାଇଁ ନେଲେ ନିରୀହ ଲୋକମାନଙ୍କୁ ମିଥ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ଭାଟି କମର୍ଚାରୀମାନଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀମାନେ ଅବକାରୀ ନିୟମକୁ ବେଖାତିର କରି ଖୁଲମଖୁଲା ମଦ ବିକ୍ରି ପାଇଁ ଗାଁ ଗାଁରେ ନିଜ କମର୍ଚାରୀଙ୍କ ଦ୍ୱାରା ମଦ ଯୋଗାଇ ଦେଉଥିବା ହେତୁ ଗ୍ରାମାଞ୍ଚଳ ରେଚୋରି, ରାହାଜାନୀ, ଡକାୟତି, ଆଦି ହିଂସାତ୍ମକ କାର୍ଯ୍ୟଗୁଡିକ ବଢ଼ିବାରେ ଲାଗିଛି । ସେହିପରି ବିଦେଶୀ ମଦ ଦୋକାନ ଆଗରେ ମଦର ଦର ତାଲିକା ଟାଙ୍ଗିବା ପାଇଁ ନିୟମ ରହିଥିବା ବେଳେ କର୍ଲାମୁଣ୍ଡା ଓ ଜୋରାଡବରାରେ ଏହାର ବ୍ୟତିକ୍ରମ ହେଉଛି । ଏହି ନିୟମ ଉଲ୍ଲଙ୍ଘନ କରୁଥିବା ମଦ ବ୍ୟବସାୟୀଙ୍କ ବିରୋଧରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ମଦ ବ୍ୟବସାୟୀଙ୍କ ସହ ଅବକାରୀ ବିଭାଗର ସଲାସୁତୁରା ଥିବା ଚର୍ଚ୍ଚା ହେଉଛି । ଏପେଟ ମଦ ବ୍ୟବସାୟୀମାନେ ମଦର ଦର ତାଲିକା ଦୋକାନ ଆଗରେ ଟାଙ୍ଗି ଫଟୋ ଉଠାଇ ବିଭାଗକୁ ପଠାଇ ପରେ ପୁଣି ଥରେ ଖୋଲି ଦେଉଥିବା ଜଣାପଡିଛି । ଜିଲ୍ଲା ସଦର ମହକୁମା ହେଉକି ବ୍ଲକରେ ଥିବା ଏହି ଦୋକାନ ଗୁଡିକ ଉପରେ ଅତର୍କିତ ଚଢାଉ କରାଗଲେ କେଉଁମାନେ ଦର ତାଲିକା ଟାଙ୍ଗୁଛନ୍ତିକେଉଁମାନେ ଟାଙ୍ଗୁନାହାନ୍ତି ତାହାଜଣାପଡନ୍ତା ।ସେହିପରି ପ୍ରିଣ୍ଟ ରେଟ ଠାରୁ ମନଇଚ୍ଛା ଅଧିକ ଦରରେ ମଦଦୋକାନୀ ମଦ ବିକ୍ରି କରୁଥିବାବେଳେଅବକାରୀ ବିଭାଗ ଓ ପୋଲିସ ବିଭାଗ ନିରବଦ୍ରଷ୍ଟା ସାଜିଛି ବୋଲି ସାଧାରଣ ଚର୍ଚ୍ଚା ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.