ଇମାନ ପଣ୍ଡା ଓ ହୀଙ୍କାର ମିଶ୍ର ପାଇଲେ ରାଇଜିଙ୍ଗ ଷ୍ଟାର ଅଫ କଳାହାଣ୍ଡି ଆୱାର୍ଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବିବେକ କଂଫେରେନ୍ସ ହଲ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଇମାନ ପଣ୍ଡା ଓ ହୀଙ୍କାର ମିଶ୍ରଙ୍କୁ ରାଇଜିଙ୍ଗ ଷ୍ଟାର ଅଫ କଳାହାଣ୍ଡି ଆୱାର୍ଡ ୨୦୨୨ ରେ ସମ୍ବର୍ଦ୍ଧିତ କରାଯାଇଛି । କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି । ଇମାନ ପଣ୍ଡା କଳାହାଣ୍ଡି ୟୁନିଭରସିଟିରୁ ପଦାର୍ଥ ବିଜ୍ଞାନ ଡିଗ୍ରିରେ ୟୁନିଭରସିଟି ଟପର ୨୦୨୨ ଓ ହୀଙ୍କାର ମିଶ୍ର ନବମ ଶ୍ରେଣୀର ଛାତ୍ର ନାସା ତରଫରୁ ହେବାକୁ ଥିବା ଆର୍ଟମିସ ରକେଟ ଲଚିଂଙ୍ଗରେ ଭାଗନେବା ପାଇଁ କଳାହାଣ୍ଡିରୁ ମନୋନୀତ ହୋଇଛନ୍ତି । ତେଣୁ କଳାହାଣ୍ଡିର ଏହି ଦୁଇ ପ୍ରତିଭାଙ୍କୁ ଏହିବର୍ଷର ରାଇଜିଙ୍ଗ ଷ୍ଟାର ଅଫ କଳାହାଣ୍ଡି ଆୱାର୍ଡ ୨୦୨୨ ପ୍ରଦାନ କରାଯାଇଛି ବୋଲି ବିବେକସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି ।

ଛାତ୍ରଛାତ୍ରୀ ନିଜ କଠୋର ପ୍ରଚେଷ୍ଟା ଓ ଉଦ୍ୟମବଳରେ ନିଜ ସ୍ଵପ୍ନକୁ ସାକାର କରିବା ସହ କଳାହାଣ୍ଡି ମାଟିକୁ ବିଶ୍ୱ ଦରବାରରେ ପରିଚିତ କରେଇବା ଏକ ଗର୍ବ ଓ ଗୋୖରବର ବିଷୟ ବୋଲି ଶିକ୍ଷାବିତ ବ୍ରହ୍ମାନନ୍ଦ ସମାଲ ଓ ବିବେକସେନାର ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦଶ୍ୟ ନବୀନ ସା ସଂମ୍ମାନୀତ ଅତିଥି ରୂପେ ଯୋଗଦେଇ ମନ୍ତବ୍ୟ ରଖିଥିଲେ । ସୁଶାନ୍ତ ନାଏକ, ନରେଶ ସୁନାନୀ, ବୃଷଭ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବିବେକସେନାର ବରିଷ୍ଠ ସଦସ୍ୟା ମିକୁମିକ୍ସ ନାୟକ ଧନ୍ୟବାଦ ଦେଇଥିଲେ । ଦୁହିଁଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସାଂମାନିତ କରାଯାଇଥିଲା। କୃତି ପ୍ରତିଭା ମାନଙ୍କ ବାପା ମା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିବେକସେନାର ଏହି ମହତ କାମ ପାଇଁ ସାଧୁବାଦ ଜଣାଇବା ସହ ଏହା ଆଗାମୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ପ୍ରେରଣାର ଦୀପ ସଦୃଶ ହେବ ବୋଲି ସେମାନଙ୍କ ପ୍ରତିକିୟା ରଖିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.