ଟ୍ବିଟରରେ ବ୍ଲ୍ୟୁ ଟିକ୍ ପାଇଁ ମାସିକ ପେମେଣ୍ଟ ମସ୍କଙ୍କୁ ବ୍ୟାକଫୁଟକୁ ଠେଲିବ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଟ୍ବିଟରର ମାଲିକାନା ବଦଳିବା ପରେ ସିଇଓ ଏଲନ ମସ୍କ ଏହାକୁ ନୂଆ ଅବତାରରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରାଥମିକ ଭାବେ ମସ୍କ ବ୍ଲ୍ୟୁ ଟିକ୍ ୟୁଜରଙ୍କ ପାଇଁ ମାସିକ ଏକ ଦେୟ ସ୍ଥିର କରିଛନ୍ତି। ଯାହାକୁ ନେଇ ବ୍ଲ୍ୟୁ ଟିକ୍ ୟୁଜର ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିଛି। କାରଣ ପ୍ରତି ମୂହୁର୍ତ୍ତରେ ଟ୍ୱିଟ୍ କରି ନିଜର ବାର୍ତ୍ତା ଦେବାକୁ ପ୍ରୟାସ କରୁଥିବା ବ୍ଲୁୟ ଟିକ୍ ୟୁଜର ଏବେ ଏଥିପାଇଁ ମୋବାଇଲରେ କଥା ହେବା ଭଳି ଯେପରି ମାସିକ ରିଚାର୍ଜ କରନ୍ତି ସେହିପରି ଏବେ ଦେବାକୁ ହେବ। ନଚେତ ବ୍ଲ୍ୟଟିକ୍ ମାନ୍ୟତା ହଟିବ ବୋଲି ମସ୍କ କହିଛନ୍ତି।

Omkar Vasthu
Omkar Vasthu

ଆମେରିକୀୟ ଟେକ୍ ବିଲିୟନେୟାର ତଥା ଟ୍ୱିଟରର ନୂତନ ମାଲିକ ଏଲୋନ୍ ମସ୍କ ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ବ୍ଲୁ ଟିକ୍ ପାଇଁ ୟୁଜରଙ୍କୁ ପ୍ରତି ମାସରେ $ ୮ ବା ପ୍ରାୟ ୬୬୦ ଟଙ୍କା ଦେବାକୁ ପଡିବ। ଏହି ନୂଆ ନୀତି ଅନୁଯାୟୀ, ୟୁଜରମାନେ ଅନେକ କିଛି ସୁବିଧା ପାଇବେ ବୋଲି ମସ୍କ କହିଛନ୍ତି। ଯେପରି ୟୁଜରମାନେ ଲମ୍ବା ଭିଡିଓ ଏବଂ ଅଡିଓ କ୍ଲିପ୍ ପୋଷ୍ଟ କରିପାରିବେ। ୟୁଜରଙ୍କ ଆକାଉଣ୍ଟ ଉପରେ କମ୍ ବିଜ୍ଞାପନ ଦେଖାଇବ।

Pearl dental clinic
Near Ashish Medical Store, Bhawanipatna

ଅନ୍ୟପଟେ ରିପୋର୍ଟ ଅନୁଯାୟୀ ଟ୍ବିଟର କମ୍ପାନୀ ୨୦୨୧ ମସିହାରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଲାଭ ହାସଲ କରିବାରେ ସଫଳ ହୋଇନାହିଁ। ରାଜସ୍ୱ ବୃଦ୍ଧି ପାଇଁ ନୂଆ ଉପାୟ ଖୋଜିବା ପାଇଁ ସଂଘର୍ଷ କରୁଛି। ତେବେ, ଟ୍ୱିଟର ବର୍ଷକ ପୂର୍ବ ରିପୋର୍ଟ ଅନୁସାରେ ଏବେ ୮୦% କ୍ଷତି ହ୍ରାସ କରିବାରେ ସକ୍ଷମ ହୋଇଛି। ସେହିପରି କମ୍ପାନୀର ଦ୍ୱିତୀୟ ତ୍ରୋୟମାସିକ ରିପୋର୍ଟ ଅନୁସାରେ ୧.୨ ବିଲିୟନ ଡ଼ଲାର ଆୟ କରିଥିଲା ​ଅର୍ଥାତ ୨୭୦ ନିୟୁତ ଡଲାର କ୍ଷତି ସହିଥିଲା।

Udyog Nursery
Udyogi Nursery

ଗତ ମାସରେ ଏକ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀର ଆଭ୍ୟନ୍ତରୀଣ ରିପୋର୍ଟ ଅନୁଯାୟୀ ଟ୍ୱିଟର ନିଜର “ସର୍ବାଧିକ ଆକ୍ଟିଭ ୟୁଜର” ହରାଉଛି। ତେଣୁ ଅଧିକ ୟୁଜର କିଭଳି ଟ୍ବିଟରରେ ସକ୍ରିୟ ରହିବେ ସେଥିପାଇଁ ସଂଘର୍ଷ କରୁଛି କମ୍ପାନୀ।

ଏବେ ମସ୍କ ଟ୍ବିଟରକୁ ହାତେଇବା ପରେ ନୂଆ ନିୟମ ଜାରି କରିଛନ୍ତି। ଯେଉଁଥିରେ କର୍ମଚାରୀଙ୍କୁ ଟାର୍ଗେଟ ଦେବାକୁ ଯାଇ ପ୍ରତିଦିନ ୧୨ ଘଣ୍ଟା ସହିତ ସପ୍ତାହକର ୭ ଦିନ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନେହେଲେ ଚାକିରି ହରାଇପାରନ୍ତି ଟ୍ବିଟର ଇଞ୍ଜିନିୟର।

ମସ୍କ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ଯେ ସେ କିପରି ବ୍ଲୁ ଟିକ୍ ସହିତ ଦେୟ ମୁକ୍ତ ୟୁଜରଙ୍କ ପୋଷ୍ଟର ଏନଗେଜମେଣ୍ଟ ମଧ୍ୟରେ କେତେ ଫରକ ରହିବ। ବ୍ଲ୍ୟୁ ଟିକ୍ ହେଉଛି ଏକ ଫିଚର ଯାହା ଟ୍ୱିଟର ୟୁଜରଙ୍କ ଗୁରୁତ୍ୱକୁ ଦର୍ଶାଇଥାଏ। ସେପଟେ ଭାରତ ସହିତ ବିଭିନ୍ନ ଦେଶରେ ଏହାର ୟୁଜର ଅନେକ ରହିଛନ୍ତି। ଯଦି ଜଣେ ବ୍ଲୁଟ ଟିକ୍ ୟୁଜର ନିଜର ବାର୍ତ୍ତା ଦେବାକୁ ପଇସା ଦେବାକୁ ପଡିବ ତାହେଲେ ହୁଏତ ଦେଶ ତଥା ବିଶ୍ୱରେ ଅନେକ ଏହି ବ୍ଲୁ ଟିକ୍ ମାନ୍ୟତା ହରାଇ ପାରନ୍ତି। ଏପରି ହେଲେ ଅନ୍ୟ କମ୍ପାନୀ ଯେପରି ଭାରତର ସ୍ୱଦେଶୀ ସର୍ଟ ମେସେଜ ଆପ୍ କୁ’ ଫାଇଦା ନେଇପାରେ। ଆଉ ଯେଉଁ ଆୟ ହାସଲ କରିବାକୁ ମସ୍କ ଲକ୍ଷ୍ୟ ରଖିଛନ୍ତି ତାହା ବିଫଳ ହୋଇପାରେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.