ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବୋରଭଟ୍ଟା ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । ଏହି ଅବସରରେ ମାନ୍ୟବର ସାଂସଦ ବୋରଭଟ୍ଟାର କମ୍ୟୁନିଟି ଗୃହ ଓ ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକ ଉଦଘାଟିନ କରିଥିଲେ ।

ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅନାମ ନାଏକ, ରାଜ୍ୟ ଯୁବ ବିଜେଡି ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବୋରଭଟ୍ଟା ସରପଞ୍ଚ ବିବେକ ନାଗ , ବରିଷ୍ଠ ବିଜେଡି ନେତା ଅଶେଶ୍ବର ବାଗ, ଯୁବନେତା ଲବଣୀ ମହାନନ୍ଦ, ଫଟକାମାଲ ସରପଞ୍ଚ ସୁବୋଧ ରଣା, ଚହଗାଁ ସରପଞ୍ଚ ଜଗତ ସାହୁ, ବୋରଭଟ୍ଟାର ସମିତି ସଭ୍ୟ ଟୋନି ନାଗ, ବରିଷ୍ଠ ନେତା ମାୟା ମାଝି, ତରୁ ଜାନୀ, ବିକ୍ରମ ଜୁଆଡ, ସତ୍ୟ ଗହୀର, ବ୍ଳକ ଯୁବ ସଭାପତି ସୁଶିଲ ସାହୁ, ଛାତ୍ର ନେତା ସୁନିଲ ସୁନା, ନିଳାମ୍ବର ସାହୁ ତଥା ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତା ଯୋଗଦେଇଥିଲେ ।