ଫେନ୍ସି ଷ୍ଟୋରରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ନଗଦ ରାଶି ଚୋରି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସଦର ମହକୁମା ବସଷ୍ଟାଣ୍ଡ ନିକଟରେ ଥିବା ମହାପାତ୍ର ଫେନ୍ସି ଷ୍ଟୋରରୁ ଚୋରି ହୋଇଥିବା କୋକସରା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ କିଛି ଦୃବୁର୍ତ୍ତ ଦୋକାନର ଆଜବେଷ୍ଟ ଭାଙ୍ଗି ମୋବାଇଲ ଫୋନ ସହ କିଛି ମୂଲ୍ୟବାନ ସାମଗ୍ରୀକୁ ଚୋରି କରି ଫେରାର ମାରିଥିବା ଜଣାପଡିଛି। ଦୁର୍ବୃତ୍ତ ମାନେ ମୁଖା ପିନ୍ଧି ସାମଗ୍ରୀ ଚୋରି କରୁଥିବାର ଦୃଶ୍ୟ ସି.ସି ଟିଭିରେ କଏଦ ହୋଇଛି। ଗୁରୁବାର ସକାକେ ଦୋକାନ ମାଲିକ ଚୋରି ହୋଇଥିବା ଜାଣିବା ପରେ କୋକସରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କୋକସରା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।ପ୍ରାୟ 16 ଗୋଟି ସ୍ମାର୍ଟ ଫୋନ ଓ ଆନୁମାନିକ 4000 ଟଙ୍କା ନଗଦ ରାଶି ଚୋରି ହୋଇଥିବା ସୂଚନା ମିଳିଛି। ଏନେଇ କୋକସରା ଥାନାରେ କେସ ନଂ 269/22 ରେ ମାମଲା ରୁଜୁ କରାଯାଇତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି। ତେବେ ଗତ କିଛି ମାସ ତଳେ ମଧ୍ୟ ଏହି ଦୋକାନରୁ ମୋବାଇଲ ସମେତ ଅନେକ ସାମଗ୍ରୀ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.