ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଠାରେ ଶ୍ରୀ ଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଟିକ୍ରାପଡ଼ା ତଥା ଆଖପାଖ ଗ୍ରାମର ସହସ୍ରାଧିକ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ | ଅକ୍ଷୟ ସୁଆର ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଗୌନ୍ତିଆ ଅନ୍ତର୍ଯ୍ୟାମୀ ରାଜପଲିଆ ଛେରା ପହଁରା କରିଥିଲେ | ସଂକୀର୍ତ୍ତନ୍ୟ ସହ ଟିକ୍ରାପଡ଼ା ମା’ ତାରିଣୀ ଘଣ୍ଟ ବାଦ୍ୟ ଦଳଙ୍କ ଘଣ୍ଟ ବାଦ୍ୟ ବାଦନ ଏଥର ମୁଖ୍ୟ ଆକର୍ଷଣ ରହିଥିଲା | ସେହିପରି ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗାଁରେ ପାରମ୍ପରିକ ରୀତିନୀତି ସହ ଜାକଜମକରେ ଶ୍ରୀ ଜୀଉଙ୍କ ରଥଯାତ୍ରା ସମ୍ପନ୍ନ ହୋଇଛି | ମୋହନ ଦାଶ, ହୃଦାନନ୍ଦ ଦାଶ ପୂଜକ ରହିଥିବା ବେଳେ ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ବଜରଙ୍ଗଲାଲ ଜୈନ ଛେରା ପହଁରା କରିଥିଲେ |





