କବିତା: ରଥଯାତରା

ରଥଯାତରା  ଶିଶୁଙ୍କ ମନ ସ୍ୱର୍ଗର ତାରା

କେତେ ରଙ୍ଗର ବେଲୁନ୍ ଖେଳଣା 

ପିଲାଙ୍କ ଖୁସି କାହିଁରେ ଗଣା ।

ନାହିଁ କଳନା କେତେ କଳ୍ପନା 

ଟଙ୍କା ପଇସା ଶିଖାଏ ଗଣନା  ।

ପେଁ ପେଁ ଶୁଭେ ମହୁରୀ ତୁରୀ 

ଗାଁ ଦାଣ୍ଡ ସବୁ ପଡ଼େ ଉଛୁରି ।

ନୂ଼ଆଁ ପୋଷାକ ମୁରୁକି ହସ 

ଫୁଟି ଉଠେ ହସ ସ୍ୱର୍ଗର ସୁଖ ।

 

ରଙ୍ଗିନ ପରିବେଶ ଆକାଶେ ତାରା

ମର୍ତ୍ତେ  କିସମର ଫୁଲରେ ଭରା ।

ଘଣ୍ଟ ଶଙ୍ଖ କୀର୍ତ୍ତନ ବାଜା ନିଶାନ

ଏକ ସ୍ଵରେ ନାମ ଅମୃତ ପାନ ।

ହୁଳହୁଳି ଆଉ କେତେ ଭଜନ 

ନାଚନ୍ତି ଭକତେ ହୋଇ ମଗ‌ନ ।

ଖିରି ପିଠାପଣା କେତେ ମିଷ୍ଟାନ୍ନ 

ମୁହଁ ମିଠା ଆଉ ମିଠା ବଚନ‌ 

ମିଠା ହୁଏ ସମ୍ପର୍କ ପଡୋଶୀ ମନ ।

 

ଗିରିଧାରୀ ନାଗ

ହାବସପୁର

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.