ଦେବଗିରି ମଠରେ ଶ୍ରୀଗୁଣ୍ଡିଚା ଯାତ୍ରା

ଗଣା ବଜା, ଆଜ୍ଞାମାଳ ଓ ଯାଦବ ରମଣୀଙ୍କ ବନ୍ଦାପନା ମୁଖ୍ୟ ଆକର୍ଷଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଶ୍ରୀ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠ ଠାରେ ଦଧିବାମନଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ମଠ ଉତ୍ସବମୁଖର ହୋଇ ଉଠିଥିଲା। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ଛେରାପହଁରା କରିଥିବାବେଳେ ସେବାୟତ ତପିବର ଦାସ, ପୁଜକ ସନ୍ତୋଷ ପାଢ଼ୀ, ପୂର୍ବତନ ଟ୍ରଷ୍ଟି ବିଜୟ ଧଙ୍ଗଡାମାଝୀ, ଗୋପାଳ ସେବକ ଟିକେ ଗଉଡ, ଗୌନ୍ତିଆଙ୍କ ପ୍ରତିନିଧି ଖିରାବ୍ଧି ମାଝୀ ଓ କାନ୍ତ ମାଝୀ ପ୍ରମୁଖ ନିତି ସମ୍ପାଦନ କରିଥିଲେ। ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଷ୍ଣୁ ଗଉଡ, ରଜନୀ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ଭରତ ଧଙ୍ଗଡାମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଦେବରାଜ ଗଉଡ, ପ୍ରଦୀପ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ଶିକ୍ଷାବିତ ଅଶୋକ ଧଙ୍ଗଡାମାଝୀ, ପୂର୍ବା ଗଉଡ, ଧନେ ହେର୍ଣ୍ଣା, ଡମବୁଡା ଗଉଡ, ଦେବାଧି ଭୋଇ, ସେବାୟତ ହରି ଦାସ, ବିଭିଷଣ ଦାସ, ରୋମାଞ୍ଚଳ ଦାସ, ରାମଚନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ। ସକାଳୁ ବିଭିନ୍ନ ନିତିକାନ୍ତି ସଂପାଦିତ ହେବାପରେ ଅପରାହ୍ନରେ ଆଜ୍ଞାମାଳ ମହାପ୍ରଭୁ ଦଧିବାମନଙ୍କ ପାଖରୁ ଯାଇ ରଥରେ ଲାଗିହୋଇଥିଲା। ଏହାପରେ ଗଣା ବଜା, ସଂକିର୍ତ୍ତନ ଓ  ଘଣ୍ଟ ବାଦ୍ୟର ତାଳେ ତାଳେ ମହାପ୍ରଭୁ ଦଧିବାମନ ଭକ୍ତଙ୍କ ଗହଣରେ ଆସି ରଥାରୁଢ଼ ହୋଇଥିଲେ। ଶିଶୁମାନଙ୍କୁ ରଥଛୁଆଁ କରାଇବା ପରେ ରଥଟଣା ହୋଇଥିଲା। ରଥ ବାଟରେ ମଠର ସେବାୟତ ସ୍ବର୍ଗତ ଦୁର୍ବାଦଳ ଦାସଙ୍କ ବାସଭବନରେ ଅଟକିଥିଲା। ଯାଦବ ରମଣୀମାନେ ବନ୍ଦାପନା କରିବାପରେ ସନ୍ଧ୍ୟା ୭.୩୦ ରେ ମହାପ୍ରଭୁ ମାଉସୀ ମନ୍ଦିରରେ ବିଜେ କରିଥିଲେ। ରଥ ଉପରେ ଡାହୁକ ବିଜୟ ଧଙ୍ଗଡାମାଝୀଙ୍କ ଡ଼ାକ ସହ ଆଜ୍ଞାମାଳ, ଗଣା ବଜା ଓ ଯାଦବ ରମଣୀଙ୍କ ବନ୍ଦାପନା ଦେବଗିରି ରଥଯାତ୍ରାର ପ୍ରମୁଖ ଆକର୍ଷଣ ଥିଲା। ଏହି ରଥଯାତ୍ରା ଦେଖିବାପାଇଁ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.